banner
Breaking

ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଉନ୍ନତି କରଣ ସମୀକ୍ଷା ବୈଠକ

0

ଭୁବନେଶ୍ବର : ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଉନ୍ନତି କାରଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ଓ୍ବାର୍ଡର କର୍ପୋରେଟର ମାନେ ଯୋଗଦେଇଥିଲେ। ଏଥିରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଶୁଭ ଦିଆଯାଇଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ କରି ଶୀଘ୍ର ସାରିବାକୁ କର୍ପୋରେଟର ମାନଙ୍କୁ କହିଥିଲେ। ଆଗାମୀ ଦିନରେ କେଉଁ ସବୁ ବାକି ରହିଛି ତାହାର ଚିଠା ପ୍ରସ୍ତୁତ କରି ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ଧାରା ଜାରି ରହିଛି। ୪ ବର୍ଷ ମଧ୍ୟରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। ଆଗକୁ ଆହୁରି ମଧ୍ୟ କରାଯିବ। ଉତ୍ତର ନିର୍ବାଚନ ମଣ୍ଡଳୀ ବିକାଶ କ୍ଷେତ୍ରରେ କିପରି ଆଗରେ ରହିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଦରକାର। ମୁଁ ସବୁବେଳେ ଆପଣଙ୍କ ସହିତ ରହିଛି। ଯେତେବେଳେ ଯାହା ଆବଶ୍ୟକ ତାହା କରାଯିବ। ଲୋକଙ୍କ ସେବା ପାଇଁ ମୁଁ ଦିନ ରାତି ସବୁବେଳେ ପ୍ରସ୍ତୁତ ଅଛି।

ସୂଚନାଯୋଗ୍ୟ ଉତ୍ତର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଦାୟିତ୍ଵ ନେବା ପରଠାରୁ ସବୁବେଳେ ଲୋକଙ୍କ ସହିତ ରହି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ତାଙ୍କର ସରଳତା , ମେଳାପୀ ପଣିଆ, ନିଷ୍କପଟ ଚିନ୍ତାଧାରା, ଭାଇଚାରା ପ୍ରକୃତି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ନିର୍ବାଚନ ମଣ୍ଡଳୀ ସାରା ଏଭଳି ବିଧାୟକ ଆଉ ମିଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.