banner
Breaking

ଉତ୍ତରପ୍ରଦେଶରେ ଲାଗୁହେବ ଅଡ-ଇଭିନ୍ ନମ୍ବର।

0

ଉତ୍ତରପ୍ରଦେଶ,୪ ।୧୧(ବ୍ୟୁରୋ): ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ବାୟୁ ପ୍ରଦୂଷଣ ସ୍ତରକୁ ରୋକିବା ପାଇଁ ଦିଲ୍ଲୀରେ ଆଜିଠାରୁ ‘ଅଡ ଇଭିନ୍’ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ପରିବେଶ ମନ୍ତ୍ରୀ ଦାରା ସିଂହ ଚୌହାନ ନିଜ ରାଜ୍ୟର କିଛି ସହରରେ ଏହି ନିୟମ ଲାଗୁ କରିବାକୁ କହିଛନ୍ତି ।

ଏହା ସହ ଦାରା ସିଂହ ଚୌହାନ କହିଛନ୍ତି ଯେ, ଯେଉଁ ଜିଲ୍ଲାରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ରହିଛି, ସେଠାରେ ଅଡ୍ ଇଭିନ୍ ନିୟମ ଲାଗୁ କରିବା ଜରୁରି । ଅଡ୍ ଇଭିନ୍ ନିୟମ ବ୍ୟତିତ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଉ କିଛି ଯୋଜନାର ପ୍ରସ୍ତୁତି କରୁଛନ୍ତି ।’

ତେବେ ଅଡ୍‍-ଇଭିନ୍‍ ଯୋଜନା ଅନୁସାରେ ଯେଉଁ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍‍ ନମ୍ବରର ଶେଷ ଅଙ୍କ ଯୁଗ୍ମ ହୋଇଥିବ,ସେହି ଗାଡ଼ିଗୁଡ଼ିକ ଏକ ଯୁଗ୍ମ ନମ୍ବର ତାରିଖରେ ଚଳାଚଳ କରିପାରିବ ଓ ଯେଉଁ ଗାଡ଼ିଗୁଡ଼ିକର ନମ୍ବର ଅଯୁଗ୍ମ ହୋଇଥିବ, ସେଗୁଡ଼ିକ ଏକ ଅଯୁଗ୍ମ ନମ୍ବର ତାରିଖରେ ଚଳାଚଳ କରିବ।

Khansweb Solution Bhubaneswar

Leave A Reply

Your email address will not be published.