banner
Breaking

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ

0

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ଭୋଟର ଭାଗ ନେଉଥିବା ପରିଲକ୍ଷିତ ହୋଇଛି । ଭୋଟରଙ୍କ ଲମ୍ବା ଲାଇନ ସେମାନଙ୍କ ଉତ୍ସାହକୁ ଦର୍ଶାଉଛି । ପୋଲିସର କଡା ନଜର ସହ କୋଭିଡ କଟକଣା ମଧ୍ୟରେ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ ଆସନ ଲାଗି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨.୨୮ କୋଟି ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିରେ ୧.୨୪ କୋଟି ପୁରୁଷ ଥିବା ବେଳେ ୧.୦୪ କୋଟି ମହିଳା ରହିଛନ୍ତି । ଏହାସହ ୧୪୪୮ ଟ୍ରାସ୍‌ଜେଣ୍ଡର ବି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ।

Khansweb Solution Bhubaneswar

Leave A Reply

Your email address will not be published.