banner
Breaking

ଅଖିଳେଶଙ୍କ ସହିତ ଲଢିବେ ସତ୍ୟପାଲ

0

ଲକ୍ଷ୍ନୌ,୩୧।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୋମବାର ସମାଜବାଦୀ ପାର୍ଟି ସଭାପତି ତଥା ମୈନପୁରୀ ଜିଲାର କରହଲ ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଭାଜପା ସତ୍ୟପାଲ ସିଂ ବାଘେଲଙ୍କୁ ପ୍ରାର୍ଥୀ କରିଛି। ସେ ଆଜି ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି। ବାଘେଲ ମଧ୍ୟ କେନ୍ଦ୍ର ସରକାରରେ ଜଣେ ମନ୍ତ୍ରୀ ଅଛନ୍ତି।
୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ଟିକେଟରେ ଏସପି ସିଂ ବାଘେଲ ଜାଲେସର ଲୋକ ସଭା ଏମ୍‌ପି ଥିଲେ। ଏହା ପରେ ସେ ବିଏସପିରେ ଯୋଗ ଦେଇଥିଲେ ଏବଂ ୨୦୧୦ – ୨୦୧୪ରୁ ରାଜ୍ୟ ସଭା ସଦସ୍ୟ ଥିଲେ। ଏହା ପରେ ବାଘେଲ ଭାଜପାରେ ଯୋଗ ଦେଇଥିଲେ। ୨୦୧୫ରେ, ବାଘେଲଙ୍କୁ ଭାଜପା ଓବିସି ମୋର୍ଚ୍ଚାର ସଭାପତି ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.