banner
Breaking

ଉତ୍ତରପ୍ରଦେଶରେ ଭାଜପାର ୧୦୫ ପାର୍ଥୀଙ୍କ ମଧ୍ୟରୁ ୨୫ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି

0

ଲକ୍ଷ୍ନୌ, ୧୮।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ମୋଟ ୧୦୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୫ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏନେଇ ଭାଜପା ଓ୍ବେବସାଇଟ୍‌ରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଥିବା ଏଥିରେ ଦର୍ଶାଯାଇଛି।

ଏହା ସହିତ ବିଜନୌରର ନାଜିମାବାଦ୍‌ ଆସନରୁ ପ୍ରାର୍ଥୀ ହୋଇଥିବା କୁଓଁର ଭାରତନ୍ଦେୁ ସିଂ, ଥାନାଭବନ ଆସନର ସୁରେଶ ରାଣା, ମୁଜଫରନଗର ଆସନର ପ୍ରାର୍ଥୀ କପିଳଦେବ ଅଗ୍ରଓ୍ବାଲ, ମିରଟ ଆସନର କମଳ ଦର୍ତ୍ତ ଶର୍ମାଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଭାଜପା ଓ୍ବେବସାଇଟ୍‌ରେ ପ୍ରକାଶ ପାଇଛି।

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ୱେ ତାଙ୍କୁ କାହିଁକି ଟିକଟ ଦିଆଯାଇଛି ପ୍ରଶ୍ନର ଉତ୍ତରରେ ଭାଜପା ପକ୍ଷରୁ କୁହାଯାଇଛି ଯେ, ସେ ଜଣେ ସିଟିଂ ବିଧାୟକ। ସେ ପୂର୍ବତନ ଏମ୍‌ପି ଏବଂ ରାଜ୍ୟ ଭାଜପା ଅଧ୍ୟକ୍ଷ ମଧ୍ୟ। ସେ ରାଜ୍ୟରେ ବେଶ୍‌ ଲୋକପ୍ରିୟ।

ଜିଲା ଭାଜପା ୟୁନିଟ୍‌ ପକ୍ଷରୁ ତାଙ୍କ ନାମକୁ ପ୍ରସ୍ତାବିତ କରାଯାଇଥିବା ଭାଜପା କର୍ତ୍ତୃପକ୍ଷ କହିଛନ୍ତି। ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ଆଧାରରେ ତାଙ୍କୁ ଚୟନ କରାଯାଇଥିବା ଭାଜପା ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.