banner
Breaking

ମୁଖ୍ୟମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମାସେଜ।

0

ଲକ୍ଷ୍ନୌ,୪।୫: ଉତ୍ତରପ୍ରଦେଶ ପୋଲିସର ହ୍ବାଟସଆପ୍‌ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏହି ମେସେଜ୍‌ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆସିଛି। ଯେଉଁଥିରେ ଲେଖାଯାଇଛି ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ। ପୋଲିସର ଡାୟଲ୍‌ ୧୧୨ କଣ୍ଟ୍ରୋଲ ରୁମ୍‌ ହ୍ବାଟ୍‌ସଆପ୍‌ ନମ୍ବରରେ ଏହି ମେସେଜ୍‌ ଆସିଥିବା ଜଣାପଡିଛି। କଣ୍ଟ୍ରୋଲ ରୁମରେ ଥିବା କର୍ମଚାରୀମାନେ ମେସେଜ୍‌ ଦେଖିବା ପରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ ଏବଂ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରାଯାଇଥିଲା। ମୋବାଇଲ ନମ୍ବର ଆଧାରରେ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।
ସୁଶାନ୍ତ ଗଲ୍ଫ ସିଟି ଇନ୍ସପେକ୍ଟର ବିଜୟେନ୍ଦ୍ର ସିଂଙ୍କ ଅନୁଯାୟୀ, ଡାଏଲ ୧୧୨ରେ ଅଞ୍ଜୁଲ କୁମାର ଅପରେସନ କମାଣ୍ଡର ମୁଖ୍ୟାଳୟ ପଦରେ ନିଯୁକ୍ତ କରାଯାଇଛି। ଅଞ୍ଜୁଲ କୁମାରଙ୍କ ଅନୁଯାୟୀ, ଏପ୍ରିଲ ୨୯ ସା ୭.୫୮ ମିନିଟରେ ମିଡିଆ ଡେସ୍କର ହ୍ବାଟସଆପ ନମ୍ବରରେ ଏକ ମେସେଜ୍‌ ଆସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଇଥିଲା। ଏଥି ସହିତ ତାଙ୍କୁ କ୍ଷତି ପହଞ୍ଚାିବାର ମଧ୍ୟ ଦମକ ଦିଆଯାଇଥିଲା। ଏହାସହ ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ ବୋଲି ମଧ୍ୟ ସେଥିରେ ଲେଖାଯାଇଥିଲା।
ଏହି ମେସେଜ୍‌ ପଢିବା ପରେ ଡ୍ୟୁଟିରେ ଥିବା କଲ୍‌ ଟେକର ଅଙ୍କିତ ଦୁବେଙ୍କ ହୋଶ୍‌ ଉଡିଯାଇଥିଲା। ସେ ଧମକପୂର୍ଣ୍ଣ ମେସେଜ୍‌ ସମ୍ପର୍କରେ ଅପରେସନ କମାଣ୍ଡର ଅଞ୍ଜୁଲ କୁମାରଙ୍କୁ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେଶନରେ ମୋବାଇଲ ଧାରକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମେସେଜ୍‌କୁ ଗମ୍ଭୀରତାର ସହ ଗ୍ରହଣ କରି ପୋଲିସ ସିସିଟିଭି ସେଲ ସହାୟତାରେ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ସନ୍ଦେହଜନକ ନମ୍ବରର ପ୍ରକୃତ ସ୍ଥାନ ଚିହ୍ନଟ ହୋଇନାହିଁ।

Khansweb Solution Bhubaneswar

Leave A Reply

Your email address will not be published.