banner
Breaking

ୟୁଏନଏସସି ବୈଠକରେ ଚାଇନାକୁ ଟାର୍ଗେଟ କଲା ଭାରତ

0

ଜେନେଭା,୧୦।୧୧: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ଚାଇନାକୁ ଟାର୍ଗେଟ୍‌ କରିଛି। ଚାଇନାର ନାମ ନ ନେଇ କହିଛି ଯେ, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ପାରସ୍ପରିକ ସହଯୋଗ ଏବଂ ନିଜର ବିକାଶ ଧାରାକୁ ଅବ୍ୟାହତ ରଖି ସର୍ବଦା ବିଶ୍ୱ ଏକତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି।

ୟୁଏନଏସସି ବର୍ତ୍ତମାନର ଅଧ୍ୟକ୍ଷ ମେକ୍ସିକୋର ନେତୃତ୍ୱରେ ସୁରକ୍ଷା ପରିଷଦରେ ’ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା: ବହିଷ୍କାର, ଅସମାନତା ଏବଂ ସଂଘର୍ଷ’ ପ୍ରସଙ୍ଗରେ ଖୋଲା ବିତର୍କ ବେଳେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ରାଜକୁମାର ରଞ୍ଜନ ସିଂ କହିଛନ୍ତି ଯେ, ଭାରତ ’ପଡ଼ୋଶୀ ପ୍ରଥମ’ ନୀତି ଅନୁସରଣ କରିଥାଏ।

ଏହା ଅନ୍ତର୍ଗତ ଭାରତ ସବୁବେଳେ ପଡ଼ୋଶୀଙ୍କ ସହ ରହି ଆସିଛି। ଏହା ସହିତ ଆଫ୍ରିକୀୟ ଏବଂ ଅନ୍ୟ ବିକାଶଶୀଳ ଦେଶମାନଙ୍କ ସହିତ ମିଳିମିଶି ଉନ୍ନତ ତଥା ସଶକ୍ତିକରଣ ପ୍ରୟାସକୁ ପ୍ରାଥମିକତା ଦେଇଥାଏ। ଏହା ଏବେ ସମ୍ପନ୍ନ ହେଉଛି ଏବଂ ସର୍ବଦା ଜାରି ରହିବ।

ରାଜକୁମାର ସିଂ କହିଛନ୍ତି, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ସହଯୋଗ ମାଧ୍ୟମରେ ବିଶ୍ୱସ୍ତରୀୟ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧିକୁ ସୁନିଶ୍ଚିତ କରିବା ସହିତ ସର୍ବଦା ବିଶ୍ୱ ଏକତାକୁ ବୃଦ୍ଧି କରିବାକୁ ଚେଷ୍ଟା କରିଛି। ଭାରତ ନିର୍ମାଣ କ୍ଷେତ୍ରରେ ସହଯୋଗ କରିଥାଏ ମାତ୍ର କୌଣସି ପରିସ୍ଥିତିରେ କାହାକୁ ଋଣଗ୍ରସ୍ତ କରିବା ଭଳି ସମସ୍ୟା ସୃଷ୍ଟି କରି ନ ଥାଏ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.