banner
Breaking

ଅନଲକ ୬ ରେ କଣ ଖୋଲିବ ଜାଣନ୍ତୁ।

0

ଭଚବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌। ନଭେମ୍ବର ମାସ ଯାଏ ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍‌ରେ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯାଇଛି। ବାକି ସବୁ ଶ୍ରେଣୀ ନଭେମ୍ବର ୩୦ ଯାଏ ବନ୍ଦ ରହିବ।
ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି ଏଥିରେ କୁହାଯାଇଛି।ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ। ତେବେ ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଏଥିପାଇଁ ଅନୁମତି ଦେଇପାରିବେ।
ନଭେମ୍ବର ୧୫ ଯାଏ ସିନେମା ହଲ ଓ ସୁଇମିଂ ପୁଲ୍‌ ବନ୍ଦ ରହିବ। ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ବଡ଼ ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶକୁ ବାରଣ କରାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ କଟକଣା ଜାରି ରହିବ।

Khansweb Solution Bhubaneswar

Leave A Reply

Your email address will not be published.