banner
Breaking

ଜାରିହେଲା ଅନଲକ-୩ ଗାଇଡଲାଇନ୍। ଉଠିଲା ରାତ୍ରି କର୍ଫ୍ୟୁ।

0

ନୂଆଦିଲ୍ଲୀ, ୨୯ା୭(ଓଡ଼ିଆ ନ୍ୟୁଜ): ଦେଶରେ ଅନଲକ-୩ ପାଇଁ ଆଜି ଗାଇଡ଼ଲାଇନ ଜାରି ହୋଇଛି । ଅଗଷ୍ଟ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ । କିିନ୍ତୁ ଅଗଷ୍ଟ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ରହିବ । ଅଗଷ୍ଟ ୫ରୁ ଜିମ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ବିଭିନ୍ନ ଯୋଗ ଅନୁଷ୍ଠାନ ମଧ୍ୟ ଅଗଷ୍ଟ ୫ରୁ ଖୋଲିବ । ତେବେ ଏଥିପାଇଁ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନରେ ଦର୍ଶାଯାଇଛି । ମେଟ୍ରୋ ଟ୍ରେନ ସେବା ବର୍ତ୍ତମାନ ପାଇଁ ବନ୍ଦ ରହିବ । ସେହିପରି ସୁଇମିଂ ପୁଲ, ସିନେମା ହଲ୍ ବର୍ତ୍ତମାନ ଖୋଲିବ ନାହିଁ । ମାସ୍କ ଓ ସାମାଜିକ ଦୂରତା ରକ୍ଷା କରାଯିବା ସହ ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବ । ବାହାରକୁ ପାଦ କାଢ଼ିଲେ ମାସ୍କ ପିନ୍ଧିବା ଏବେ ବି ଜରୁରୀ ରହିଛି । କେବଳ ବନ୍ଦେ ଭାରତ ମିଶନରେ ବିଦେଶକୁ ଯାତ୍ରା କରି ହେବ । ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର, ବାର, ଅଡ଼ିଟୋରିଅମ ବନ୍ଦ ରହିବ । ଜନସମାଗମ ହେଉଥିବା ସାଂସ୍କୃତିକ, ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ବୋଲି ଗାଇଡ଼ ଲାଇନରେ ଦର୍ଶାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.