banner
Breaking

ସେପ୍ଟେମ୍ବର ୧ରୁ ଅନ୍‌ଲାକ୍‌-୪: ଜାରି ହେଲା ଗାଇଡ୍‌ଲାଇନ୍‌।

0

ନୂଆଦିଲ୍ଲୀ,୨୯/୮(ଓଡ଼ିଆ ନ୍ୟୁଜ):ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌-୪ ଲାଗୁ ହେବ। ଏଥିପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।
ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇଥିବାବେଳେ ଏଥିପାଇଁ ଏସ୍‌ଓପି ଜାରି ହେବ ବୋଲି କୁହାଯାଇଛି। ଅପରପକ୍ଷରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈନିକ ସମାବେଶକୁ ଅନୁମତି ମିଳିଛି। ସର୍ବାଧିକ ୧୦୦ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି।

ଅନ୍‌ଲାଇନ୍‌ ଶିକ୍ଷାଦାନ ଜାରି ରହିବ, ଅଧିକ ପ୍ରୋତ୍ସାହିତ କରାଯିବ। ସ୍କୁଲକୁ ୫୦% ଶିକ୍ଷକ ଆସିବେ, ଅନ୍‌ଲାଇନ୍‌ ଶିକ୍ଷାଦାନ କରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିବ। ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଶିକ୍ଷକଙ୍କଠାରୁ ପାଠ ବୁଝିବାକୁ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। ଆଇଟିଆଇ ଗୁଡ଼ିକରେ ଟ୍ରେନିଂ ଦେବାକୁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।
କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ୍ ହୋଇପାରିବ ନାହିଁ । ଲକଡାଉନ୍ ନିହାତି ଜରୁରୀ ହେଲେ କେନ୍ଦ୍ରର ଅନୁମତି ନେବାକୁ ହେବ । ସିନୋମ ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ରହିବ ।

Khansweb Solution Bhubaneswar

Leave A Reply

Your email address will not be published.