banner
Breaking

ଡ୍ୟାମରୁ ଇଞ୍ଜିନିୟରଙ୍କ ମୃତ ଦେହ ଉଦ୍ଧାର।

0

କଳାହାଣ୍ଡି ୩।୯ : ଡ୍ୟାମରୁ ମିଳିଲା ଇଞ୍ଜିନିୟରଙ୍କ ମୃତ ଦେହ। ଟାଙ୍ଗନକଣା ଡ୍ୟାମରୁ ଇଞ୍ଜିନିୟର ପ୍ରତ୍ୟୁଷ ପ୍ରଧାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହି ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ତେବେ ପ୍ରତ୍ୟୁଷଙ୍କ ମୋବାଇଲ ଜବତ କରି ପୋଲିସ ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡର ବେଦାନ୍ତ କମ୍ପାନୀର ଇଞ୍ଜିନିୟର ପ୍ରତ୍ୟୁଷ କୁମାର ପ୍ରଧାନ ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ହୋଇଯାଇଛନ୍ତି। ମଙ୍ଗଳବାର ଦିନ ସନ୍ଧ୍ୟା ସାଡେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ଏକ ଧଳାରଙ୍ଗର ହୁଣ୍ଡାଇ ଆଇ ୨୦ କାର୍ (ଓଡ଼ି-୦୨ଏଡି୮୪୭୧) ଚଳାଉଥିବା ଦେଖାଯାଇଥିଲା। ଏହା ପରଠାରୁ ଆଉ ସେ କ୍ବାଟର ଫେରି ନାହାନ୍ତି।

ଗତକାଲି ସନ୍ଧ୍ୟାରେ ତାଙ୍କର ନିଖୋଜକୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି। ଆଜି ତଦନ୍ତ ସମୟରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକଣା ଡ୍ୟାମ ନିକଟରୁ ଠାବ କରିଛି । ଟାଙ୍ଗନକଣା ଡ୍ୟାମରୁ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.