banner
Breaking

ପୂର୍ବ ତୁର୍କୀରେ ବଡ ଧରଣର ଭୂକମ୍ପ।

0

ଇଲାଜିଗ: ପୂର୍ବ ତୁର୍କୀରେ ହୋଇଥିବା ବଡ଼ ଧରଣର ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ରହିଥିଲା। ଶୁକ୍ରବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଥିବା ବେଳେ କିଛି ଲୋକେ ନିଖୋଜ ରହିଛନ୍ତି। ଇଲାଜିଗର ପୂର୍ବ ପ୍ରଦେଶ ସ୍ଥିତ ସିଭରିସ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଏହି ଭୂକମ୍ପରେ ଅନେକ କୋଠଘର ଭୁଶୁଡ଼ି ପଡ଼ିଛି।
ସୂଚନା ଯୋଗ୍ୟ, ଭୂକମ୍ପ ସମୟରେ ପ୍ରାୟ ୧୦ ରୁ ଅଧିକ ଥର ଝଟକା ଅନୁଭୂତ ହେବା ଫଳରେ ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ଆସି ଚିତ୍କାର କରିଥିଲେ। ଭୂକମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ତୁର୍କୀ ରାଷ୍ଟ୍ରପତି କହିଥିବା ନେଇ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.