banner
Breaking

ଡିଜିଟାଲ ମାଧ୍ୟମରେ ବିଜୟ ଶଙ୍କରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କଲେ ନବୀନ।

0

ଭୁବନେଶ୍ବର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ନବୀନ ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ତିର୍ତ୍ତୋଲର ବିକାଶ ପାଇଁ ସର୍ବଦା ବିଜୁ ଜନତା ଦଳ ପ୍ରୟାସ କରିଛି। ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ। କରୋନା କଟକଣା ପାଇଁ ମୁଁ ତିର୍ତ୍ତୋଲ ଯାଇପାରିଲିନି। କିନ୍ତୁ କରୋନା କଟକଣା ପରେ ନିଶ୍ଚୟ ତିର୍ତ୍ତୋଲ ଯିବି ଏବଂ ଆପଣମାନଙ୍କୁ ଭେଟିବା ସହ ଆପଣଙ୍କ ଅଞ୍ଚଳର ବିକାଶ କାର୍ଯ୍ୟକୁ କିପରି ଆଗକୁ ବଢାଯିବ ତାହା ଦେଖିବି ବୋଲି ନବୀନ କହିଛନ୍ତି। ଏଥି ସହିତ ନବୀନ ତିର୍ତ୍ତୋଲ ବାସୀଙ୍କୁ କରୋନା ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି।
ଭର୍ଚୁଆଲ ରାଲିରେ ନବୀନ ଆହୁରୀ ମଧ୍ୟ କହିଛନ୍ତି ଯେ ନିକଟରେ ତିର୍ତ୍ତୋଲ ଅଞ୍ଚଳରେ ଯୋଗାଯୋଗ ପାଇଁ ମହାନଦୀ ଉପରେ ୨ଟି ବ୍ରିଜର କାମ ଆରମ୍ଭ ହୋଇଛି। ଏହି ଅଂଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆମ ସରକାର କାମ କରିଛନ୍ତି। ପୂର୍ବ ନିର୍ବାଚନରେ ଆପଣମାନେ ବିଷ୍ଣୁ ଦାସଙ୍କୁ ବହୁ ଭୋଟ୍ ଦେଇ ବିଜୟ କରିଥିଲେ ।ବିଷ୍ଣୁ ବାବୁ ସର୍ବଦା ତିର୍ତ୍ତୋଲର ବିକାଶ ପାଇଁ ମୋ ସହ କଥା ହେଉଥିଲେ କିନ୍ତୁ ଦୁଃଖର କଥା ସେ ଏବେ ଆମ ଗହଣରେ ନାହାଁନ୍ତି ।  ତିର୍ତ୍ତୋଲ ଅଞ୍ଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି। ମୁଁ ଆପଣମାନଙ୍କ ସହିତ ଅଛି। ବିକାଶକୁ ଆଗେଇ ନେବାଲାଗି ପୁଣିଥରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ଦେବାପାଇଁ ନବୀନ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଏଥି ସହିତ ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ମଧ୍ୟ ନବୀନ ତିର୍ତ୍ତୋଲମାସୀଙ୍କୁ କହିଛନ୍ତି।

ଏଥି ସହିତ ନବୀନ ଆହୁରୀ ମଧ୍ୟ କହିଛନ୍ତି  କୋଭିଡ ମୁକାବିଲା ପାଇଁ ଓଡିଶା ବିଶ୍ୱସ୍ତରରେ ଏକ ମଡେଲ ପାଲଟିଛି । ଓଡିଶାର ପଦକ୍ଷେପ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରାଜ୍ୟକୁ ପ୍ରଶଂସା କରିଛି । ତେଣୁ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ସରକାରଙ୍କ ଲକ୍ଷ୍ୟ ହୋଇ ରହିଛି । ଏହାସହ ‘ନୂଆ ରୋଜଗାର ସୃଷ୍ଟି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଗତ ୮ ମାସ ଭିତ​‌ରେ ରାଜ୍ୟକୁ ଅନେକ ଶିଳ୍ପ ଆସିଛି। ସରକାର ଯୁବପିଢ଼ିଙ୍କ ରୋଜଗାର ପାଇଁ ଚିନ୍ତା କରୁଛନ୍ତି। ଏହା ସହ ରାଜ୍ୟର ମିଶନ ଶକ୍ତିର ମାଆ ମାନେ ବିକାଶର ନୂଆ ପରିଚୟ ବୋଲି ନବୀନ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.