banner
Breaking

ଭାରତରେ ପହଞ୍ଚିଲେ ଟ୍ରମ୍ପ। ସ୍ବାଗତକଲେ ମୋଦି

0

ଅହମଦାବାଦ,୨୪।୨: ଭାରତରେ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଅଭିମୁଖେ ଦୀର୍ଘ ୨୨ କିଲୋମିଟର ରୋଡ ଶୋ’ କରିବେ। ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ଉଭୟ ନେତା ସମ୍ବୋଧନ କରିବେ।

ଏହା ଟ୍ରମ୍ପ୍‌ଙ୍କର ପ୍ରଥମ ଭାରତ ଗସ୍ତ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପୂର୍ବରୁ ୭ ଥର ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ଏବେ ଅଷ୍ଟମ ଥର ପାଇଁ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ମୋଦି ତାଙ୍କୁ ଭେଟିଛନ୍ତି। ଭାରତର ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଆମେରିକା ଗସ୍ତରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି ଏବେ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାରତ ଗସ୍ତରେ ଆସିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.