ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବିଶାଖାପାଟଣାରୁ ଆଲ୍ଲାହାବାଦକୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଭାୟା ଭୁବନେଶ୍ୱର ଦେଇ ଚଳାଚଳ ଆରମ୍ଭ କରିଛି। ଶୀତ ଋତୁ ଓ ପୂଜା ସମୟରେ ଗହଳି କମାଇବା ପାଇଁ ପ୍ରତି ମଙ୍ଗଳବାର ବିଶାଖାପଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ (୮୨୫୦୭-୮୨୫୦୮) ଚଳାଚଳର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏହି ଟ୍ରେନ ୨୧ ନଭେମ୍ବର ପର୍ଯ୍ୟନ୍ତ ସେବା ପ୍ରଦାନ କରିବ। ବିଶାଖାପାଟଣାରୁ ମଙ୍ଗଳବାର ରାତି ୧୧ଟା ୫୦ ଓ ସୁବେଦାରଗଞ୍ଜରୁ ପ୍ରତି ଗୁରୁବାର ପୂର୍ବାହ୍ନ ୧୦ଟା ୧୦ରେ ଛାଡୁଛି। ଏହି ଟ୍ରେନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି, ୩ ତୃତୀୟ ଶ୍ରେଣୀ ଏସି, ୭ ଶୟନଯାନ, ୨ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଓ ୨ ଗାର୍ଡ ତଥା ଲଗେଜ କାର ରହିଛି। ଉଭୟ ଦିଗରୁ ବିଜୟନଗରମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ, ଭୁବନେଶ୍ୱର, ନରାଜ, ଭଦ୍ରକ, ବାଲେଶ୍ୱର, ହିଜଲି, ମିଦନାପୁର, ବାଙ୍କୁରା, ଆଦ୍ରା, ଗୋମୋହ, କୋଦର୍ମା, ଗୟା, ସସରାମ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କଶନ, ମିର୍ଜାପୁର ଏବଂ ଆଲ୍ଲାହାବାଦ ଷ୍ଟେଶନରେ ଏହି ଟ୍ରେନ ଅଟକୁଛି।

Breaking
ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସଏମ୍ସ ଭୁବନେଶ୍ୱରରେ ଏମ୍ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ