banner
Breaking

ଟ୍ରେନ ଚଳାଚଳ ଉପରେ କଣ ହେଲା ଜାଣନ୍ତୁ।

0

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିୟମିତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖିଛି। ହେଲେ ସ୍ପେଶାଲ ଟ୍ରେନ୍‌ଗୁଡ଼ିକ ପୂର୍ବଭଳି ଚଳାଚଳ କରିବ ଓ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯେଉଁ ସ୍ପେଶାଲ ଟ୍ରେନ୍‌ଗୁଡ଼ିକ ମେ’ ୧୨ ଓ ଜୁନ୍‌ ପହିଲାଠାରୁ ସ୍ବତନ୍ତ୍ର ରୁଟ୍‌ ଓ ଟାଇମ୍‌ ଟେବୁଲ୍‌ରେ ଚଳାଚଳ କରୁଛି ତାହା ସେହିଭଳି ଜାରି ରହିବ। ଲକ୍‌ଡାଉନ୍‌ ପରେ ଏହି ଟ୍ରେନ୍‌ଗୁଡ଼ିକରେ ଯେଉଁମାନେ ଟିକେଟ୍‌ କରିଛନ୍ତି ତାହା ବିଧିମାନ୍ୟ ବା ଭ୍ୟାଲିଡ୍‌ ରହିବ। ଅନ୍ୟପକ୍ଷରେ ପୂର୍ବରୁ ଜୁନ୍‌ ୩୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାତିଲ ହୋଇଥିବା ନିୟମିତ ମେଲ୍‌/ଏକ୍ସପ୍ରେସ୍‌ ଟ୍ରେନ୍‌, ପ୍ରିମିୟମ ଟ୍ରେନ୍‌, ଇଣ୍ଟରସିଟି ଓ ଲୋକାଲ ପାସେଞ୍ଜର ସହ ମେମୁ ଟ୍ରେନ୍‌ଗୁଡ଼ିକୁ ମଧ୍ୟ ପୁନର୍ବାର ଅଗଷ୍ଟ ୧୨ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଯେତେସବୁ ଟ୍ରେନ୍‌ରେ ଟିକେଟ୍‌ କରିଥିବା ଯାତ୍ରୀଙ୍କୁ ନିୟମାନୁସାରେ ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ଲକ୍‌ଡାଉନ ପୂର୍ବରୁ ହୋଇଥିବା ଟିକେଟ୍‌ଗୁଡ଼ିକ ବାତିଲ ହୋଇଯିବ। ସେସବୁ ଟିକେଟର ସମ୍ପୂର୍ଣ୍ଣ ଦେୟ ମଧ୍ୟ ଫେରନ୍ତ ହେବ। ରେଳପଥ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଏବେ ଏକ ଯୋଡ଼ା ରାଜଧାନୀ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ଓଡ଼ିଶାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ୬ ଯୋଡ଼ା ସ୍ପେଶାଲ ଟେନ୍‌ ଚଳାଚଳ କରୁଛି। ସେହିଭଳି ରାଜ୍ୟ ମଧ୍ୟରେ ୬ଟି ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି। ମେ’ ୧ରୁ ଆରମ୍ଭ ହୋଇଥିବା ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ସର୍ବାଧିକ ଯାତ୍ରୀ ଯାତାୟତ କରିଛନ୍ତି। ମେ’ ୧୩ରୁ ଜୁନ୍‌ ୨୪ ମଧ୍ୟରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍‌ର ଅକ୍ୟୁପାନ୍ସି ୧୦୪% ରହିଥିବାବେଳେ ଭୁବନେଶ୍ୱର- ନୂଆଦିଲ୍ଲୀ ୪୫.୪୭% ରହିଥିଲା। ଅନ୍ୟପକ୍ଷରେ ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସିଥିବା ଟ୍ରେନ୍‌ର ଅକ୍ୟୁପାନ୍ସି ଅଧିକ ରହିଥିବାବେଳେ ରାଜ୍ୟ ମଧ୍ୟରେ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନ୍‌ରେ ଅପେକ୍ଷାକୃତ କମ୍‌ ଯାତ୍ରୀ ଯାତାୟତ କରିଛନ୍ତି। ଅଧିକାଂଶ ଅନ୍ତଃରାଜ୍ୟ ଟ୍ରେନ୍‌ରେ ୭୦%ରୁ ଅଧିକ ଯାତ୍ରୀ ଯାତାୟତ କରିଥିବାବେଳେ ଆନ୍ତଃରାଜ୍ୟ ଟ୍ରେନ୍‌ରେ ସିଟ୍‌ ସଂଖ୍ୟାର ମାତ୍ର ୨୦ରୁ ୩୦% ଯାତ୍ରୀ ଯାତାୟତ କରିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.