banner
Breaking

ଜୁନ ୩୦ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରନ ବାତିଲ।

0

ନୂଆଦିଲ୍ଲୀ,୧୪/୫(ବ୍ୟୁରୋ): ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍‌କୁ ରେଳ ବିଭାଗ ବାତିଲ କରିଛି। ଟିକେଟ୍‌ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି।
ହେଲେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ଶ୍ରମିକ ଟ୍ରେନ୍‌ ଓ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ମଚଳାଚଳ କରିବ। ଗତ ସପ୍ତାହରେ ଦିଲ୍ଲୀ ସମେତ ଦେଶର ୧୫ଟି ସହରକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ପୂର୍ବରୁ ବୁକିଂ ହୋଇଥିବା ୯୪ ଲକ୍ଷ ଟିକେଟ୍‌ ବାତିଲ୍‌ କରି ରେଲ୍‌ୱେ ୧,୪୯୦ କୋଟି ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରିଛି। ଗତ ମାସରେ ରେଲ୍‌ୱେ ଏହି ଟଙ୍କା ଫେରସ୍ତ କରିଛି। ସେହିପରି ରେଳ ବିଭାଗ ଆଉ ୮୩୦ କୋଟି ଟଙ୍କା ମଧ୍ୟ ଫେରସ୍ତ କରିଛି, ଯାହା ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ମଧ୍ୟରେ ଯାତ୍ରା ପାଇଁ ଯୋଜନା ହୋଇଥିଲା।
ମାର୍ଚ୍ଚ ୨୨ରୁ ଯାତ୍ରୀବାହୀ ଟ୍ରେନ୍‌ ସମେତ ସମସ୍ତ ଅନାବଶ୍ୟକ ଟ୍ରେନ୍‌କୁ ବାତିଲ କରାଯାଇଥିଲା।
ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ କରିବା ପାଇଁ କିଛି ଦିନ ତଳେ ରେଲ୍‌ୱେ ଘୋଷଣା କରିଥିଲା। ହେଲେ ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍‌କୁ ରେଳ ବିଭାଗ ବାତିଲ କରିଛି।

Khansweb Solution Bhubaneswar

Leave A Reply

Your email address will not be published.