banner
Breaking

ଖୋର୍ଦ୍ଧାରେ ବଗିରୁ ଅଲଗା ହେଲା ଇଞ୍ଜିନ ଯାତ୍ରୀ ସୁରକ୍ଷିତ।

0

ଖୋର୍ଦ୍ଧା,୨ ।୧୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର-ଶିକନ୍ଦରାବାଦ-ବିଶାଖା ଏକ୍ସପ୍ରେସରେ ଘଟିଛି ଅଭାବନୀୟ ଘଟଣା ଇଞ୍ଜିନରୁ ଅଲଗା ହୋଇଛି ବଗି। ଟ୍ରେନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଶିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ରେଲୱେ କ୍ରସିଂ ପୂର୍ବରୁ ବଗିରୁ ଇଞ୍ଜିନ ଭାଗ ଭାଗ ହୋଇ ଯାଇଥିଲା । ବଗି ସହ ଇଞ୍ଜିନ୍ ଯୋଡା ହେବା ପରେ ଘଣ୍ଟାଏ ବିଳମ୍ବରେ ଛାଡିଥିଲା ଟ୍ରେନ୍ । ପୁଣି ସୁବୁଦ୍ଧିପାଟଣା ଛକରେ ବଗିରୁ ଅଲଗା ହୋଇଯାଇଥିଲା ଇଞ୍ଜିନ୍ । ଏସି ବଗି ଓ ଇଞ୍ଜିନ୍ ଅଲଗା ଅଲଗା ଗଡିବା ପରେ ଚେତିଲା ରେଳବାଇ । ବଗି ସହ ଇଞ୍ଜିନ୍ ଯୋଡା ହେବା ପରେ ଛାଡିଥିଲା ଟ୍ରେନ୍ ।

Khansweb Solution Bhubaneswar

Leave A Reply

Your email address will not be published.