banner
Breaking

ବାହାନଗା ଷ୍ଟେସନରେ ଅଟକିବ ନାହିଁ ଟ୍ରେନ

0

ବାଲେଶ୍ୱର – ୧୦।୬: ବାଲେଶ୍ୱର ଜିଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ ରହିବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ କହିଛନ୍ତି ।
ସେ କହିଛନ୍ତି, ରିଲେ ରୁମ, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ହୋଇଛି। ସେଗୁଡ଼ିକ ସିଲ କରି ଦିଆଯାଇଛି। ସେଗୁଡ଼ିକରୁ ମଧ୍ୟ କିଛି ପ୍ରମାଣ ମିଳିବ। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏଠାରେ ଟ୍ରେନ୍‌ ଅଟକିବ ନାହିଁ। ଏଠାରେ ଟ୍ରେନ ଅଟକାଇବା ପାଇଁ ଅନୁମତିକୁ ଆମେ ଅପେକ୍ଷା କରିଛୁ। ଅନୁମତି ମିଳିବା ମାତ୍ରେ ବାହାନଗା ଷ୍ଟେସନ ବଜାରରେ ଟ୍ରେନ ରହିବ।

Khansweb Solution Bhubaneswar

Leave A Reply

Your email address will not be published.