banner
Breaking

ନୂଆ ଟ୍ରାଫିକ ଡିସିପି ଏସ୍ ସୁଶ୍ରୀଙ୍କ ଦାୟିତ୍ୱ ଗ୍ରହଣ

0

ଭୁବନେଶ୍ୱର,୬/୧(ବ୍ୟୁରୋ): ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ନୂଆ ଟ୍ରାଫିକ ଡିସିପି ଭାବେ ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌.ସୁଶ୍ରୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଡିସେମ୍ବର ୨୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। କାର୍ଯ୍ୟରେ ଯୋଗଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ପୂର୍ବରୁ କେସିଙ୍ଗାରେ ଥିଲି, ଭୁବନେଶ୍ୱରକୁ ନୂଆ ଆସିଛି। ଏଠାରେ ଥିବା ସମସ୍ୟା ସମ୍ପର୍କରେ ପ୍ରଥମେ ଅବଗତ ହେବି ଓ ଏହି ସମସ୍ୟାର ସମାଧାନ ପାଇଁ ସର୍ବୋତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରିବି। ଏଥିସହ ସହରର ସ୍ଥିତି ସୁଧାରିବା ଓ ଲୋକଙ୍କ ଆତଯାତ ଜୀବନଶୈଳୀରେ ସୁଧାର ଆଣିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।
ସୁଶ୍ରୀଙ୍କ ପାଇଁ ଟ୍ବିନ୍‌ସିଟିର ଟ୍ରାଫିକ ନିୟନ୍ତ୍ରଣ କରିବା ବଡ଼ ଚ୍ୟାଲେଞ୍ଜ ହେବ। ସହରର ଟ୍ରାଫିକ୍‌ ଜାମ୍‌ ହଟାଇବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ସେ କିଭଳି ସାବାଡ୍‌ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ଏସ୍‌. ସୁଶ୍ରୀ ୧୯୯୫ ଅକ୍ଟୋବର ୨୨ରେ କେରଳ କୋଲାମ ଜିଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୮ରେ ଭାରତୀୟ ପୋଲିସ ସେବା ପରୀକ୍ଷାରେ ୧୫୧ ର଼୍ୟାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହ ମାତ୍ର ୨୩ ବର୍ଷ ବୟସରେ ସେ ଦେଶର ସର୍ବକନିଷ୍ଠ ଆଇପିଏସ୍‌ ଅଫିସର ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ଓଡିଶା କ୍ୟାଡରରେ ଯୋଗଦେଇ ପ୍ରଥମେ କଳାହାଣ୍ଡି ଜିଲା କେସିଙ୍ଗା ଏସ୍‌ଡିପିଓ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.