banner
Breaking

ଚନ୍ଦ୍ରଶେଖରପୁରରେ ଉଦଘାଟିତ ହେଲା ନର୍ଥ ଟ୍ରାଫିକ ଥାନା।

0

ଭୁବନେଶ୍ୱର,୩୦/୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି ।
ସହର ବଢିବା ସହ ଗାଡି ମୋଟର ସଂଖ୍ୟା ମଧ୍ୟ ବଢୁଛି । ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବହୁ ଶିକ୍ଷାନୁଷ୍ଠାନ,ଆଇଟି ହବ୍ ଓ ବିଭିନ୍ନ ବ୍ୟବସାୟ କେନ୍ଦ୍ର ଥିବା ଫଳରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ସହରରେ ଆଉ ଦୁଇଟି ଟ୍ରାଫିକ ଥାନାର ଆବଶ୍ୟକ ଥିବା ନେଇ କମିଶନରେଟ ପୁଲିସ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା । ଗୋଟିଏ ରସୁଲଗଡ ଓ ଗୋଟିଏ ଚନ୍ଦ୍ରଶେଖରପୁର ଅଂଚଳରେ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସରକାର ଏହାର ତର୍ଜମା କରି ଗୋଟିଏ ଟ୍ରାଫିକ ଥାନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ଦ୍ୱିତୀୟ ଟ୍ରାଫିକ ଥାନାଟି ଚନ୍ଦ୍ରଶେଖରପୁର ଥାନା ପରିସରରେ ଅସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଏହା ନାଁ ଟ୍ରାଫିକ ଥାନା ନର୍ଥ ରଖାଯାଇଛି । ବର୍ତମାନ ଏଜି ଛକରେ ଥିବା ଟ୍ରାଫିକ ଥାନାର ନାଁ ‘ସେଂଟ୍ରାଲ ଟ୍ରାଫିକ ଥାନା’କୁ ବଦଳା ଯାଇଛି । ଟ୍ରାଫିକ ଥାନା ନର୍ଥ ଅଧିନରେ ୮ଟି ଥାନା ଯଥା ଚନ୍ଦ୍ରଶେଖରପୁର, ଇନଫୋସିଟି, ନନ୍ଦନକାନନ, ଚନ୍ଦକା , ନୂଆପଲ୍ଲୀ, ଖଣ୍ଡଗିରି,ତମାଣ୍ଡୋ ଓ ଜଟଣୀ ଥାନା ଅଧିନରେ ଥିବା ସମସ୍ତ ରାସ୍ତା ଓ ଛକ ରହିବ ।
ଏଥିପାଇଁ ଜଣେ ଇନ୍ସପେକ୍ଟର,୬ଜଣ ଏସ୍ ଆଇ, ୧୦ଜଣ ଏ ଏସ୍ ଆଇ, ୧୦ଜଣ ହାବିଲଦାର, ୧୪୦ଜଣ କନଷ୍ଟେବଲ ଓ ୪ଜଣ ସହକାରୀ ଡ୍ରାଇଭରଙ୍କୁ ନିଯୁକ୍ତ କରାଯିବାକୁ ଥିଲାବେଳେ ଜଣେ ଇନ୍ସପେକ୍ଟର, ୨ଜଣ ଏଏସ ଆଇ,ଜଣେ ହାବିଲଦାର ଓ ୧୨୦ ଜଣ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଥାନା ଉଦଘାଟନ ପରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ବେଶ ସହାୟକ ହେବ। ଯେହେତୁ ୧୨୦ ଜଣ କନେଷ୍ଟବଳ ଏକାବେଳେ ନିଯୁକ୍ତି ପାଇଛନ୍ତି ଟ୍ରାଫିକ ପରିଚାଳନା କ୍ଷେତ୍ରରେ ସହାୟକ ହେବ ବୋଲି ଡିଜି ଶ୍ରୀଯୁକ୍ତ ଶର୍ମା କହିଛନ୍ତି। ଏହା ସହିତ ପୋଲିସ କମିଶନର, ଟ୍ରାଫିକ ଡିସିପି ଓ ଉପସ୍ଥିତ ଥିବା ଆମ ପୋଲିସ ସମିତିର ସଭ୍ୟ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଉଦଘାଟନ ଉତ୍ସବରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ, ଡିସିପି ଟ୍ରାଫିକ ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଚନ୍ଦ୍ରଶେଖରପୁର ଥାନା ଆମ ପୋଲିସ ସମିତିର ସ°ଯୋଜକ ଇଂ ଦିଲ୍ଲୀପ ସାହୁ, ମଧୁମାଧବ ଜେନା, ମନମୋହନ ପଟ୍ଟନାୟକ, ମିହିର ରାଉତ, ପ୍ରଷନ୍ନ ପାଣି, ଦିଲ୍ଲୀପ ମହାନ୍ତି, ପୁଷ୍ପା ପାଣି ଙ୍କ ସହିତ ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.