banner
Breaking

ଟ୍ରାଫିକ ଥାନା ୨ ଲୋକାର୍ପିତ

0

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ଟ୍ରାଫିକ ଥାନା-୨ ନୂଆ ରୂପ ପାଇଛି। ପୂର୍ବରୁ ଚନ୍ଦ୍ରଶେଖରପୁରରେ ଏହି ଥାନା ଥିବାବେଳେ ଗୁରୁବାର ପାତ୍ରପଡ଼ାଠାରେ ଦୁଇ ମହଲା ବିଶିଷ୍ଟ ନୂତନ କୋଠାକୁ ଉଦ୍‌ଘାଟନ କରାଯାଇଛି। ପୂର୍ବାହ୍ନରେ ପୋଲିସ ଡିଜି ସୁନିଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କୋଠାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓପିଏଚ୍‌ଡବ୍ଲ୍ୟୁସିର ପରିଚାଳନା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି କୋଠା ନିର୍ମିତ ହୋଇଛି। ତେବେ ଟ୍ରାଫିକ ଥାନା-୨ କାର୍ଯ୍ୟକାରୀ ହେଉଥିବା ଚନ୍ଦ୍ରଶେଖପୁରସ୍ଥିତ ସ୍ଥାନରେ ଏକ ଫାଣ୍ଡି କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, ଟ୍ରାଫିକ ଥାନା-୨ ଅଧୀନରେ ୧୧ଟି ଟି ଥାନା ରହିଛି। ସେଗୁଡ଼ିକ ମଧ୍ୟରୁ ଇମ୍‌ଫୋଭ୍ୟାଲି, ଜଟଣୀ, ତମାଣ୍ଡୋ, ଖଣ୍ଡଗିରି, ଭରତପୁର, ଚନ୍ଦକା, ନୟାପଲ୍ଲୀ, ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ନନ୍ଦନକାନନ ଓ ଇମ୍‌ଫୋସିଟି ଥାନା ରହିଛି। ଭୁବନେଶ୍ୱରର ସୀମା ବୃଦ୍ଧିକୁ ନଜରରେ ରଖି ଏହି ଥାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ ଆରମ୍ଭରୁ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଏହି କୋଠାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଲ୍ଲଖଯୋଗ୍ୟ, ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ୨ଟି ଟ୍ରାଫିକ ଥାନା ଥିବା ବେଳେ ଟ୍ରାଫିକ ଥାନା-୧ ଏଜି ଛକରେ କାର୍ଯ୍ୟ କରୁଛି

Khansweb Solution Bhubaneswar

Leave A Reply

Your email address will not be published.