banner
Breaking

ଖୁବଶୀଘ୍ର ମିଳିବ ଟୀକା ସମ୍ବନ୍ଧୀୟ ଖୁସି ଖବର।

0

ନୂଆଦିଲ୍ଲୀ: କରୋନାକୁ ରୋକିବା ପାଇଁ ପୃଥିବୀର ସମସ୍ତ ଦେଶ ନିଜର ବୈଜ୍ଞାନିକ ଓ ଡାକ୍ତରି ଦଳ ଏବଂ ଯାନ୍ତ୍ରିକ ଜ୍ଞନକୌଶଳ ଲଗାଇ ଦିନରାତି ଏକ କରି ଲାଗିପଡିଛନ୍ତି। କୋଭିଡ୍-୧୯ ଭୂତାଣୁ ଚିକିତ୍ସା ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ଦେଶର ପ୍ରମୁଖ ୧୦ଟି  ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହେବ। ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସ ମଧ୍ୟରେ ଏହି ପରୀକ୍ଷଣ ଶେଷ ହେବ ବୋଲି ଅନୁମାନ କରାଯାଉଛି।

କୋଭିଡ-୧୯ ଭୂତାଣୁର କବଳରୁ ରକ୍ଷା ପାଇବାକୁ ଫାଭିପିରାଭିର ନାମକ ଏକ ଔଷଧର ପରୀକ୍ଷା ଆରମ୍ଭ କରିଛି ଗ୍ଲେନମାର୍କ। କରୋନା ଭାଇରସ ଭୂତାଣୁର ମୁକାବିଲା ପାଇଁ ଏହି ଔଷଧକୁ ପରୀକ୍ଷଣ କରିବାକୁ ଗତ ଏପ୍ରିଲ ମାସରେ ଡ୍ରଗ୍ସ ରେଗୁଲେଟର ପକ୍ଷରୁ ଏହାକୁ ସ୍ୱୀକୃତି ମିଳିଛି।

ଦେଶର ପ୍ରଥମ କମ୍ପାନୀ ଭାବେ ଏହି ଔଷଧର କ୍ଲିନିକାଲ ଟ୍ରାଏଲ ଲାଗି ଗ୍ଲେନମାର୍କକୁ ଏହି ସ୍ୱୀକୃତି ମିଳିଛି। ଫାଭିପିରାଭିର୍ ଆଭିଗାନ୍ ବ୍ରାଣ୍ଡ ନାଁରେ ପ୍ରସ୍ତୁତ ହେବ।

ଫୁଜିଫିଲ୍ମ ଟୋୟାମା କେମିକାଲ୍ସ କମ୍ପାନୀ ପ୍ରସ୍ତୁତ କରୁଛି ଆଭିଗାନ ବ୍ରାଣ୍ଡରେ ଔଷଧ ଜାପାନର ଫୁଜିଫିଲ୍ମ ହୋଲ୍ଡିଂସ କର୍ପୋରେସନ ଦ୍ୱାରା ନିୟନ୍ତ୍ରିତ ହେଉଛି ଏହି କମ୍ପାନୀ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ସୋମବାର ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦକୁ ସୂଚନା ଦେଇଛନ୍ତି ଯେ କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଆନୁମାନିକ ସମୟ ପୂର୍ବରୁ ଟୀକା ପ୍ରସ୍ତୁତି କାମ ଶେଷ ହେବାର ଆଶା ଅଛି ବୋଲି ସେ କହିଛନ୍ତି। ଟେଡ୍ରୋସ୍‌ କହିଛନ୍ତି ଯେ ୭ ରୁ ୮ଟି ଟିମ୍‌ ମିଳିତ ଭାବେ ଏହି ଭ୍ୟାକ୍‌ସିନ୍‌କୁ ପ୍ରସ୍ତୁତ କରୁଛନ୍ତି। ଖୁବ୍‌ ଶୀଘ୍ର ବିଶ୍ୱକୁ ଏକ ଖୁସି ଖବର ମିଳିବ ବୋଲି କହିଛନ୍ତି।

ଟେଡ୍ରୋସ୍ କହିଛନ୍ତି ଯେ ଗତ ଜାନୁଆରୀରୁ ବିଶ୍ୱର ହଜାର ହଜାର ଗବେଷକଙ୍କ ସହ କାର୍ଯ୍ୟ କରୁଛୁ। ପଶୁମାନଙ୍କ ଉପରେ ଏହାର ପରୀକ୍ଷା କାମ ଆରମ୍ଭ କରାଯାଇଥିବାବେଳେ କେତେକ ମଣିଷମାନଙ୍କ ଉପରେ ମଧ୍ୟ ପରୀକ୍ଷା କରିଛୁ। ପ୍ରାୟ ୪୦୦ବୈଜ୍ଞାନିକଙ୍କ ଏକ ଟିମ୍ ଏହି ସମଗ୍ର କାର୍ଯ୍ୟ ଉପରେ ନଜର ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.