banner
Breaking

୪୫ ବର୍ଷରୁ ଅଧିକ ବ୍ୟକ୍ତି ନେବେ କରୋନା ଟିକା। ଅପ୍ରେଲ ୧ରୁ ପଞ୍ଜିକରଣ ଆରମ୍ଭ।

0

ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କୁ ଟିକା ଦିଆଯିବ। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଯେଉଁମାନଙ୍କ ବୟସ ୪୫ କିମ୍ବା ତା’ଠାରୁ ଅଧିକ, ସେମାନଙ୍କ ପାଇଁ ଏପ୍ରିଲ ୧ ତାରିଖରୁ ଟିକାକରଣ ଆରମ୍ଭ ହେଉଛି। ଏହି ବୟସ ବର୍ଗର ନାଗରିକଙ୍କୁ ଟିକାକରଣ ପାଇଁ ପଞ୍ଜିକୃତ କରିବାକୁ ମୁଁ ଅନୁରୋଧ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

ବର୍ତ୍ତମାନ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ବିଭିନ୍ନ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟିକାକରଣ ପ୍ରକ୍ରିୟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କ ବୟସ ୪୫ରୁ ଅଧିକ ସେମାନେ ଆସନ୍ତା ୧ ତାରିଖରୁ ଟିକା ପାଇଁ ପଞ୍ଜିକରଣ କରାଇପାରିବେ। କରୋନା ଭାଇରାସ ଟାସ୍କ ଫୋର୍ସ ଓ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି ବୋଲି ଜାଭଡେକର କହିଛନ୍ତି।

ଏପର୍ଯ୍ୟନ୍ତ ଦେଶରେ ୪.୮୫ କୋଟି ନାଗରିକ ଅତିକମ୍‌ରେ ଟିକାର ଗୋଟିଏ ଡୋଜ ନେଇଥିବାବେଳେ ୮୦ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.