banner
Breaking

ଖୁସି ଖବର ଆଉ କିଛି ସମୟରେ ପହଞ୍ଚିବ କରୋନା ଟିକା।

0

ଭୁବନେଶ୍ବର ୧୨।୧(ଓଡ଼ିଆ ନ୍ୟୁଜ): ଓଡିଶା ପାଇଁ ଖୁସି ଖବର। ଆଜି ଆଉ କିଛି ସମୟ ପରେ ପହଞ୍ଚିବ କରୋନା ଟିକା। ପୁଣେରୁ ଭୁବନେଶ୍ୱର ଏକ ସ୍ୱତନ୍ତ୍ର  ସ୍ପାଇସ୍‌ ଜେଟ୍‌ ଯୋଗେ ଆସୁଛି କରୋନା ଟିକା । ଅପରାହ୍ନ ୪ଟା ୨୫ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ଭାକ୍‌ସିନ୍‌ ଆଣିଥିବା ସ୍ପାଇଟ୍‌ ଜେଟ୍‌। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରର ୫ଟି ହସ୍ପିଟାଲରେ ଦିଆଯିବ କରୋନା ଟିକା। ସମ୍‌ ହସ୍ପିଟାଲ, କିମ୍‌ସ, କ୍ୟାପିଟାଲ ଓ ବିଏମ୍‌ସି ହସ୍ପିଟାଲ, ୟୁନିଟ୍‌ ୪ ସରକାରୀ ହସ୍ପିଟାଲରେ ଦିଆଯିବ କରୋନା ଟିକା।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ଟର,  ସ୍ୱାସ୍ଥ୍ୟକର୍ମୀ  ଓ ଆଗଧାଡିର  କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି  । ତେବେ  ଆଜି ସଂଧ୍ୟା ପର୍ଯ୍ୟାନ୍ତ ରେଜିଷ୍ଟ୍ରେସନ୍ ଓପନ୍ ରହିଛି । ସମୁଦାୟ  ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ପ୍ରାଇଭେଟ୍  ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି  । ଏଥିପାଇଁ ବିଏମ୍‌ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନରେ କୋଭିଡ୍ ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.