banner
Breaking

ଟିକା ନେବା ପାଇଁ ବଦଳିଲା ନିୟମ

0

ନୂଆଦିଲ୍ଲୀ, ୨୨।୧ : ଏବେ ଟିକା ନେବା ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାର ୩ ମାସ ପରେ ଏଣିକି ଟିକା ଦିଆଯିବ। ଏହି ନିୟମ ପ୍ରଥମ, ଦ୍ୱିତୀୟ ଡୋଜ୍‌ ସହିତ ବୁଷ୍ଟର ପାଇଁ ମଧ୍ୟ ଲାଗୁ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶିଲ୍‌ ଚିଠିରେ ଲେଖିଛନ୍ତି ଯେ, ଯଦି କେହି କରୋନାରେ ଆକ୍ରାନ୍ତ ହେଉଛନ୍ତି ତେବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାର ୩ ମାସ ପରେ ଟିକା ଦିଆଯିବ। ସେହିପରି ଏହା ବୁଷ୍ଟର କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ବୈଜ୍ଞାନିକମାନଙ୍କ ପରାମର୍ଶ ଆଧାରରେ ଏଭଳି କରାଯାଇଥିବା ଚିଠିରେ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.