banner
Breaking

ଆରମ୍ଭ ହେଲା କରୋନା ବୁଷ୍ଟର ଡୋଜ୍ ଟିକା

0

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ କରୋନା ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସରକାର ଟିକାକରଣ ସମେତ ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ସଂକ୍ରମଣ ରୋକିବାର ନାଁ ଧରୁନି। ଏପରିକି ଡବଲ୍‌ ଡୋଜ୍‌ ଟିକା ନେବା ପରେ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଟିକାର ପ୍ରଭାବ ୬ ମାସ ରହୁଥିବା ଗବେଷଣା କହୁଛି। ଏପରିସ୍ଥଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାର ବୁଷ୍ଟର ଡୋଜ୍‌ ବା ପ୍ରିକସନ ଡୋଜ୍‌ ବର୍ତ୍ତମାନ ସମୟରେ କରୋନା ଲଢ଼େଇର ବିକଳ୍ପ ଅସ୍ତ୍ର ହୋଇଛି। ତ୍ୱରିତ ପଦକ୍ଷେପ ସ୍ବରୂପ ସୋମବାରଠାରୁ ସାରା ଦେଶରେ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିପାଇଁ ରବିବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟତଃ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଥିବାବେଳେ ଅନ୍ୟ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଏହି ବୁଷ୍ଟର ଡୋଜ୍‌ ଟିକା ଦିଆଯିବ। ଡବଲ ଡୋଜ୍‌ ପରେ ବୁଷ୍ଟର ଡୋଜ୍‌ ଫଳପ୍ରଦ ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶା କରିଛନ୍ତି।

ଓଡ଼ିଶାରେ ମଧ୍ୟ ଏହି ବୁଷ୍ଟର ଡୋଜ୍‌ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି କରିଥିବା ସୂଚନା ଦିଆଯାଇଛି। ପୂର୍ବଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ। ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ। ଦ୍ୱିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ ମଧ୍ୟରେ ୯ ମାସର ବ୍ୟବଧାନ ରହିଥିବା ଜରୁରୀ। ବୁଷ୍ଟର ଡୋଜ୍‌ ପାଇଁ ଦ୍ୱିତୀୟ ଡୋଜ୍‌ ସାର୍ଟିଫିକେଟ୍‌ ଆବଶ୍ୟକ।

Khansweb Solution Bhubaneswar

Leave A Reply

Your email address will not be published.