banner
Breaking

ପିଲାଙ୍କୁ ଟିକାକରଣ ଆରମ୍ଭ

0

ଭୁବନେଶ୍ୱର,୩/୧(ଓଡ଼ିଆ ନ୍ୟୁଜ) ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ନିମନ୍ତେ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଥିବା ଜଣାଯାଇଛି। ପ୍ରଥମ ଡୋଜ୍ ଟିକା ନେବାର ୧୮ରୁ ୪୦ ଦିନ ମଧ୍ୟରେ ସେମାନେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ। ଏହି ବୟସ ବର୍ଗର କିଶୋରମାନଙ୍କର ଟିକାକରଣ ଏକମାସ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ ୨୩ ଲକ୍ଷ ପିଲା ଉପକୃତ ହୋଇପାରିବେ। କୋଭିଡର ତୃତୀୟ ଲହର ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ସରକାର ରାଜ୍ୟରେ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମ୍ମୁଖ ଭାଗ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସର ଅନ୍ୟ ଜଟିଳ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଟିକା ଦେବାକୁ ମଧ୍ୟ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.