banner
Breaking

୩ ଳୁ ପିଲାମାନଙ୍କୁ ଟିକା, ଆଜିଠାରୁ ପଞ୍ଜିକରଣ

0

ଭୁବନେଶ୍ୱର, ୧।୧(ବ୍ୟୁରୋ):  ଆସନ୍ତା ୩ ତାରିଖରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ। ୨୦୦୭ କିମ୍ବା ତା’ ପୂର୍ବରୁ ଯେଉଁ ପିଲା ଜନ୍ମ ହେଇଛନ୍ତି ସେମାନେ କୋଭାକ୍ସିନ ଟିକା ନେବା ପାଇଁ ଯୋଗ୍ୟ ହେବେ। ଯୋଗ୍ୟ ହିତାଧିକାରୀମାନେ କୋଓ୍ବିନ୍‌ ପୋର୍ଟାଲରେ ନାମ ପଞ୍ଜିକରଣ କରିବେ। ଆଧାର ନ ଥିଲେ ସ୍କୁଲ ଆଇ କାର୍ଡ ଦେଖାଇ ପିଲାମାନେ ଟିକା ପାଇଁ ପଞ୍ଜିକରଣ କରିପାରିବେ। ଏହି ଟିକାକରଣ ପାଇଁ ସ୍ବତନ୍ତ୍ର ଟିକା କେନ୍ଦ୍ର ଖୋଲାଯାଇଛି। ସେଠାଠାରେ ଦିନ ତମାମ ଟିକାକରଣ ଚାଲିବ। ଏଥିସହିତ ଯେଉଁ ଟିକା କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ରହିଛି, ସେଠାରେ ମଧ୍ୟ ସକାଳ ୮ଟାରୁ ଅପରାହ୍ନ ୧ଟା ସୁଦ୍ଧା ପିଲାଙ୍କୁ ଟିକା ଦିଆଯିବ। ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ। ଟିକାକରଣ ସମ୍ପର୍କରେ ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଥିଲେ, ଆବଶ୍ୟକ ସ୍ଥଳେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ। ଠିକ୍‌ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ ବୋଲି ସେ କହିଥିତ୍ଲେ।

Khansweb Solution Bhubaneswar

Leave A Reply

Your email address will not be published.