banner
Breaking

ସ୍କୁଲରେ ପିଲାମାନଙ୍କୁ ଦିଆଯିବ ଟିକା

0

ଭୁବନେଶ୍ବର,୨୯।୧୨(ବ୍ୟୁରୋ): ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଏ ନେଇ ସ୍କୁଲରେ ସ୍ବତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି, ସେମାନେ ଟିକା ନେବାପାଇଁ ଆଧାର କାର୍ଡ ନ ଥିଲେ ସେମାନେ ସ୍କୁଲ ଆଇ କାର୍ଡ ଦେଖାଇ ମଧ୍ୟ ଟିକା ପାଇଁ ପଞ୍ଜିକରଣ କରିପାରିବେ । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଯାବତ୍‌ ୩୪ ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପାଇଁ ବାକି ଥିବାବେଳେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି । ବୁଷ୍ଟର ଡୋଜ ନେବା ପାଇଁ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.