banner
Breaking

ଜାନୁୟାରୀ ୩ ରୁ ଶିଶୁଙ୍କୁ ଟିକାକରଣ

0

ନୂଆଦିଲ୍ଲୀ,୨୫/୧୨- : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି ଯେ ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। ସେହିପରି ସ୍ବାସ୍ଥ୍ୟ ସେବା କର୍ମୀଙ୍କ ପାଇଁ ଜାନୁଆରି ୧୦ରୁ ୩ୟ ଡୋଜ ବା ପ୍ରିକସନ ଡୋଜ୍ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବରେ ଅନେକ ଦେଶରେ ଓମିକ୍ରନ ବଢ଼ିଛି। ଭାରତରେ ବି ଓମିକ୍ରନ ଚିହ୍ନଟ ହେଲେଣି। ଏହା ସତର୍କ ରହିବା ସମୟ, ସାବଧାନ ରହିବା। ଆତଙ୍କିତ ହୁଅନ୍ତୁନି, ସାବଧାନ ଓ ସତର୍କ ରୁହନ୍ତୁ। ଭୟଭୀତ ହେବାନାହିଁ, ଆମେ ସମସ୍ତେ ମାସ୍କର ପୂର୍ଣ୍ଣ ବ୍ୟବହାର କରିବା। ୧.୪୦ଲକ୍ଷ ଆଇସିୟୁ ବେଡ, ୫ଲକ୍ଷ ଅକ୍ସିଜେନ ବେଡ ରହିଛି। ଦେଶରେ ୯୦ ପ୍ରତିଶତ ଲୋକଙ୍କୁ କରୋନାଟିକା ଦିଆ ସରିଛି। ୬୧%ରୁ ଅଧିକ ଲୋକ କରୋନା ଦ୍ବିତୀୟ ଟିକା ନେଇଛନ୍ତି। ଏ ପର୍ଯ୍ୟନ୍ତ ୧୪୧ କୋଟି ଡୋଜ ଟିକା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.