banner
Breaking

ଖୋଜି ଖୋଜି ଦିଆଯିବ ଟିକା

0

ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ହିଁ ଏକମାତ୍ର ଅସ୍ତ୍ର। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ବହୁ ଲୋକ ଆଦୌ ଟିକା ନେଇ ନ ଥିବା ଜଣାପଡିଛି। ସେପଟେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ରାଜ୍ୟରେ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ଟିକାକରଣ ରାଜ୍ୟ ନୋଡାଲ ଅଫିସର ଡା. ବିଜୟ ପାଣିଗ୍ରାହୀ ସୋମବାର ଏହି ସୂଚନା ଦେଇଛନ୍ତି।

ଆଶାକର୍ମୀମାନେ ଗାଁ ଗାଁରେ କୋଭିଡ୍‌ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜିବେ। ପରେ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରକାଶ ପାଇବ। ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ୍‌ ଟିକାକରଣ ସରିବ। ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ। ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.