banner
Breaking

ଗ୍ରାମାଞ୍ଚଳ ଟିକାକରଣକୁ ଗୁରୁତ୍ୱ। ପୁଣି ବଢିଲା ଟିକାକେନ୍ଦ୍ର ସ°ଖ୍ୟା

0

ଭୁବନେଶ୍ୱର,୨୨।୯ : କରୋନା ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ପଥ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି। ସେଥିପାଇଁ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବାର ଉଦ୍ୟମ ଜାରି ରଖିଛନ୍ତି। ଭାରତ ଏବେ ଟିକା ଦେବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇଛି। ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟରେ ଅଧିକ ୧୭୪ଟି ଟିକାକେନ୍ଦ୍ର ଖୋଲିଛି। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟରେ ପୂର୍ବରୁ ୧୬ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା। ଏବେ ଏହି ସଂଖ୍ୟା ବଢ଼ିବା ସହ ୧୭୭୪ ଟିକାକେନ୍ଦ୍ର ଚାଲିଛି। ଦୈନିକ ୪ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ। ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.