banner
Breaking

ସମସ୍ତେ ଭାକ୍ସିନ ନେବାକୁ ଅନୁରୋଧ କଲେ ମୋଦି।

0

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଭାକ୍ସିନ୍‌ ହିଁ ଏକମାତ୍ର ବିକଳ୍ପ ଏବଂ ମୁଖ୍ୟ ଅସ୍ତ୍ର। ତେଣୁ ଦେଶବାସୀ ଭାକ୍ସିନ୍‌ର ଦୁଇଟି ଡୋଜ୍‌ ନେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏଭଳି କହିଛନ୍ତି। ସେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। କରୋନା ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି। ମାନବତା ବିରୋଧରେ କରୋନା ତାଣ୍ଡବ ରଚିଛି। ଭାରତର ବୈଜ୍ଞାନିକ ଲଗାତାର କରୋନାକୁ ପରାଜିତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ଦେଖାଦେଇଥିବା ମୋଦି କହିଛନ୍ତି। ବହୁ ଲୋକ କରୋନା ଯୋଗୁ ନିଜର ପ୍ରିୟ ପରିଜନଙ୍କୁ ହରାଇଛନ୍ତି। ସେମାନଙ୍କର ଏଭଳି ଦୁଃଖ ସମୟରେ ମୋଦି ସେମାନଙ୍କ ଉଦ୍ଦେଶ୍ୟରେ ସ୍ବାନ୍ତନା ବ୍ୟକ୍ତ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.