banner
Breaking

ଅନଲାଇନ ରେଜିଷ୍ଟ୍ରେସନ ନକରି ମଧ୍ୟ ନେଇପାରିବେ ଟିକା।

0

ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ ନ କରି ମଧ୍ୟ କୋଭିଡ ଟିକା ନେଇପାରିବେ। ଏଣିକି ଅନ୍‌ଲାଇନ୍‌ରେ ନ କରି ସିଧାସଳଖ ଟିକାକରଣ କେନ୍ଦ୍ରରେ ଲୋକମାନେ ରେଜିଷ୍ଟ୍ରଶନ କରାଇ ଟିକା ନେଇପାରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହି ସୁବିଧା କେବଳ ସରକାରୀ କେନ୍ଦ୍ରରେ ଉପଲବ୍ଧ ହେବ। ବେସକରାରୀ ହସ୍ପିଟାଲଗୁଡ଼ିକରେ ଏବେ ବି ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରାଇ ସ୍ଲଟ ବୁକ୍‌ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ମେ’ ମାସରୁ ୧୮ରୁ ୪୪ବର୍ଷର ବୟସ୍କଙ୍କୁ ଟିକା ନେବା ପାଇଁ ସରକାର ଘୋଷଣା କରିଥିଲେ। ପ୍ରଥମେ ଟିକାକରଣ କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସରକାର ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌କୁ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଏହାଦ୍ୱାରା ୨ପ୍ରକାରର ସମସ୍ୟା ଦେଖାଦେଇଥିଲା। ପ୍ରଥମଟି ହେଲା ଗ୍ରାମାଞ୍ଚଳର ଯେଉଁ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ସେମାନଙ୍କୁ ସ୍ଲଟ ବୁକିଂ କରିବାରେ ସମସ୍ୟା ଉପୁଜିଥିଲା। ଦ୍ୱିତୀୟଟି ହେଉଛି ଅନେକ ରାଜ୍ୟରୁ ଖବର ଆସୁଛି ଯେ, ଲୋକମାନେ ସ୍ଲଟ ବୁକ କରିବା ପରେ ବି ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଆସୁନାହାନ୍ତି। ଫଳରେ ଟିକା ନଷ୍ଟ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଯୋଗୁ ବର୍ତ୍ତମାନ ଅବଶିଷ୍ଟ ଟିକା ବିନା ରେଜିଷ୍ଟ୍ରଶନ୍‌ରେ ଆସୁଥିବା ଲୋକଙ୍କୁ ଦିଆଯାଇପାରିବ।

Khansweb Solution Bhubaneswar

Leave A Reply

Your email address will not be published.