banner
Breaking

ଟିକା ପାଇଁ ପରିଚୟ ପତ୍ରର ଆବଶ୍ୟକତା ନାହିଁ।

0

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ, ଏନ୍‌ପିଆର୍‌ ସ୍ମାର୍ଟ କାର୍ଡ ଅବା ପେନସନ କାଗଜ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଦେଶରେ ଏଭଳି ବହୁ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ପରିଚୟ ପ୍ରମାଣ ପତ୍ର ନାହିଁ। ସେମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ସାଧୁ ସନ୍ଥ, ଜେଲରେ ଥିବା କଏଦୀ, ଭିକାରି,ବୃଦ୍ଧାଶ୍ରମରେ ବାସ କରୁଥିବା ବୟସ୍କ ଲୋକ, ପୁନର୍ବାସ କେନ୍ଦ୍ର ଆଦିରେ ରହୁଥିବା ଲୋକ ରହିଛନ୍ତି। ଏଭଳି ଲୋକଙ୍କ ପାଖରେ ପରିଚୟ ପତ୍ର ପ୍ରାୟତଃ ନ ଥାଏ। ତେବେ ସେମାନଙ୍କୁ ମଧ୍ୟ ଟିକାଦାନ କରାଯିବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସଂଖ୍ୟାଲଘୁ ବିଭାଗ, ସାମାଜିକ ନ୍ୟାୟ କଲ୍ୟାଣ ବିଭାଗ ଆଦି କେତେକ ବିଭାଗୀ ସହାୟତାରେ ପ୍ରତି ଜିଲାରେ ଟାସ୍କ୍‌ ଫୋର୍ସ ଗଠନ କରାଯାଇ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ପରେ ଜିଲା ନୋଡାଲ ଅଧିକାରୀ ଏବଂ ଟିକାରଣ ଅଧିକାରୀଙ୍କ ଦ୍ୱାରା ଏଭଳି ବ୍ୟକ୍ତିଙ୍କର ଟିକାକରଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.