banner
Breaking

ନିର୍ଦ୍ଧାରିତ ଦରରେ ଟିକାକରଣ ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

0

ଭୁବନେଶ୍ୱର,୨୦/୫(ବ୍ୟୁରୋ): ଏଣିକି ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ ଟିକାକରଣ କରିପାରିବେ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ଟିକାକରଣ ହେବ। ଏନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ତ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ିବା ସହ ପ୍ରସ୍ତୁତ ହୋଇ ରୁହନ୍ତୁ। ନିଜେ ଟିକା କିଣି ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଅନ୍ତୁ। ତେବେ କୌଣସି ଘରୋଇ ହସ୍ପିଟାଲରେ ଅଫ୍‌ଲାଇନ ଟିକାକରଣ କରିବାକୁ ଚିଠିରେ ସିଧାସଳଖ ମନା କରାଯାଇଛି। ଟିକାକରଣ ପୂର୍ବରୁ ଟିକାର ଦର କୋୱିନ୍‌ ପୋର୍ଟାଲ ଜରିଆରେ ଜଣାଇବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଭୁବନେଶ୍ୱର, ବ୍ରହ୍ମପୁର ଓ ବରଗଡ଼ର ୩ ଘରୋଇ ହସ୍ପିଟାଲ ୧୨ ହଜାର ଲେଖାଏ ଡୋଜ୍‌ କୋଭିଶିଲ୍ଡ ଟିକା ପାଇଁ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ଅର୍ଡର କରିଥିବା ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.