banner
Breaking

୨ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟିକା ପରୀକ୍ଷା।

0

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ ପିଲାଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ ବିଶୋରଙ୍କ ପାଇଁ କରୋନା ଟିକାର ଟ୍ରାଏଲ ପାଇଁ ଭାରତ ବାୟୋଟେକ୍‌କୁ ଅନୁମତି ମିଳିଛି। ଟିକାର କ୍ଲିନିକାଲ ଟ୍ରାଏଲ୍‌ ୫୨୫ ଜଣଙ୍କଠାରେ କରାଯିବ। ଦିଲ୍ଲୀ ଏମ୍ସ ପାଟନା ଏମ୍ସ୍‌ ଏବଂ ନାଗପୁର ଏମ୍‌ଆଇଏମଏସ୍‌ରେ କ୍ଲିନିକାଲ ଟ୍ରାଏଲ୍‌ ହେବ। କରୋନାର ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ଭାରତ ବାୟୋଟେକ୍‌ ପକ୍ଷରୁ ୨ ବର୍ଷରୁ ୧୮ ପର୍ଯ୍ୟନ୍ତଙ୍କ ପାଇଁ ଟିକା ପ୍ରସ୍ତୁତି ଆରମ୍ଭ କରିଥିଲା। କରୋନା ଟିକା ପାଇଁ ଗଠନ କରାଯାଇଥିବା ସବଜେକ୍ଟ୍‌ ଏକ୍ସପର୍ଟ କମିଟିକୁ ମଙ୍ଗଳବାର ଏନେଇ ସୁପାରିଶ୍‌ କରାଯାଇଥିଲା। ସୂଚନାଯୋଗ୍ୟ, ଆମେରିକାରେ ଫାଇଜର ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ୧୨ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆମେରିକା ସରକାର ଫାଇଜର ଟିକାକୁ ପିଲାଙ୍କୁ ଦେବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ପକ୍ଷରୁ ଏସମ୍ପର୍କିତ ଅନୁମତି ପ୍ରଦାନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.