banner
Breaking

ଆରମ୍ଭ ହେଲା ଟିକା ପଞ୍ଜିକରଣ।

0

ନୂଆଦିଲ୍ଲୀ,୨୮।୪ : ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ରେଜିଷ୍ଟ୍ରେଶନ ପ୍ରକ୍ରିୟା। କିନ୍ତୁ ପ୍ରଥମ ଦିନ ହିଁ କୋଓ୍ବିନ ଓ୍ବେବସାଇଟ୍‌ କାମ କରୁ ନ ଥିବା ଅଭିଯୋଗ ଆସିଛି। କିଛି ସଂଖ୍ୟାରେ ୟୁଜର୍ସ ସଫଳତାର ସହ ରେଜିଷ୍ଟ୍ରେଶନ ଶେଷ କରିଥିବାବେଳେ ବହୁ ସଂଖ୍ୟାରେ ୟୁଜର୍ସ ଓ୍ବେବସାଇଟ୍‌ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି।

ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିଲା ରେଜିଷ୍ଟ୍ରେଶନ। କିନ୍ତୁ ଘଣ୍ଟାକ ମଧ୍ୟରେ ଓ୍ବେବସାଇଟ୍‌ ଧିମା ହୋଇଥିଲା। ଏ ନେଇ ଓ୍ବେବସାଇଟ୍‌ରେ ଦେଖିବାକୁ ମିଳିଥିଲା ନୋଟିଫିକେଶନ।

କଣ୍ଟାକ୍ଟ ଟ୍ରେସିଂ ପାଇଁ ବ୍ୟବହାର ହେଉଥିବା କେନ୍ଦ୍ର ସରକାରଙ୍କ ଆରୋଗ୍ୟ ସେତୁ ଆପ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, କୋଓ୍ବିନ ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରତ। ଅପରାହ୍ନ ୪ଟାବେଳେ ଛୋଟିଆ ଅସୁବିଧା ହୋଇଥିଲା। ଏହାର ସମାଧାନ ମଧ୍ୟ ହୋଇସାରିଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ରେଜିଷ୍ଟ୍ରେଶନ କରାଇପାରିବେ।

Khansweb Solution Bhubaneswar

Leave A Reply

Your email address will not be published.