banner
Breaking

କରୋନା ଟିକା ନେଲେ କଣ ଲାଭ ମିଳେ ଜାଣନ୍ତୁ।

0

ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଶା ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ଏନେଇ କେତେକ ଗୁଜବ ମଧ୍ୟ ହେଉଛି। ଭାରତରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ ଟିକା ପ୍ରଦାନ କରାଯାଉଛି। ଏପରିସ୍ଥଳେ କରୋନା ଟିକା କିଭଳି କାମ କରୁଛି ସେ ସମ୍ପର୍କରେ ସମସ୍ତଙ୍କର ଜାଣିିବାର ଆବଶ୍ୟକତା ରହିଛି।

କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ ଟିକା କେବଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ହିଁ ବୃଦ୍ଧି କରିଥାଏ। ମଣିଷ ଶରୀରରେ ରେଡ୍‌ ବ୍ଲଡ୍‌ ସେଲ୍‌ ଏବଂ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ରହିଥାଏ। ରେଡ୍‌ ବ୍ଲଡ୍‌ ସେଲ୍‌ ଅକ୍ସିଜେନ୍‌ ଶରୀରର ସମସ୍ତ ସେଲ୍‌ ନିକଟରେ ପହଞ୍ଚାଇଥାଏ। ଅପରପକ୍ଷରେ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ଦେହରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ। ହ୍ବାଇଟ୍‌ ବ୍ଲଡ୍‌ ସେଲ ଭିନ୍ନ ଭିନ୍ନ ପ୍ରକାରରେ ବିଭକ୍ତ ହୋଇଥାଏ। ସେ ସବୁ ମଧ୍ୟରେ ମାକ୍ରୋଫାଜେସ୍‌, ବି-ଲିମ୍ଫୋସାଇଟ୍‌, ଟି-ଲିମ୍ଫୋସାଇଟ୍‌ ଆଦି ଗୁରୁତ୍ୱପୂର୍ଣ୍ଣ। ଏସବୁ ସେଲ୍‌ ଶରୀରରେ ସୃଷ୍ଟି ହେଉଥିବା ସଂକ୍ରମଣ ବିରୋଧରେ ଭିନ୍ନ ଭିନ୍ନ ଭାବେ ଲଢ଼େଇ କରିଥାନ୍ତି। ମାକ୍ରୋଫାଜେସ୍‌ ସେଲ୍‌ ରୋଗ ସୃଷ୍ଟିକାରୀ ପାଥୋଜେନ୍ସ୍‌ ବା ଆଣ୍ଟିଜେନ୍ସ୍‌କୁ ଡିଜଲ୍ଭ କରିଦେଇଥାଏ। ଏହା ଆକ୍ରମଣକାରୀ ଆଣ୍ଟିଜେନ୍ସ୍‌ର କିଛି ଅଂଶକୁ ସୁରକ୍ଷିତ ରଖିଥାଏ। ପରବର୍ତ୍ତୀ ସମୟରେ ଏଥିରୁ ଆଣ୍ଟିଜେନ୍ସ୍‌ ବିରୋଧରେ ଲଢ଼େଇ କରିବା ଲାଗି ଶରୀରରେ ଉପଯୁକ୍ତ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇ ପାରିଥାଏ। ସେହିପରି ବି-ଲିମ୍ଫୋସାଇଟ୍‌ ସେଲ୍‌ ମାକ୍ରୋଫାଜେସ୍‌ ଦ୍ୱାରା ବଳକା ରହିଥିବା ଆଣ୍ଟିଜେନ୍ସ୍‌ରୁ ଶରୀରର ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବା ଲାଗି ଆଣ୍ଟିବଡ଼ି ପ୍ରସ୍ତୁତିକୁ ତ୍ୱରାନ୍ବିତ କରିଥାଏ। ଟି-ଲିମ୍ଫୋସାଇଟ୍‌ ସେଲ୍‌ ଶରୀରର ସଂକ୍ରମିତ ସେଲ ଉପରେ ଆକ୍ରମଣ କରିଥାଏ। ଏହା ଏକ ନିର୍ଦ୍ଦିଷ୍ଟ ଆଣ୍ଟିଜେନ୍ସ ବିରୋଧରେ କିପରି ଲଢ଼େଇ କରାଯିବ ତାହା ମନେ ରଖିଥାଏ। ତେଣୁ ଏହାକୁ ମେମୋରୀ ସେଲ୍‌ ମଧ୍ୟ କୁହାଯାଇଥାଏ।

କରୋନା ଟିକା ନେବା ପରେ ଶରୀରରେ ହଠାତ୍‌ ପ୍ରତିରୋଧକ କ୍ଷମତା ବହୁଗୁଣା ବୃଦ୍ଧି ପାଇଥାଏ। ଏହାର ପ୍ରଭାବରେ ଦେହହାତ ବିନ୍ଧା ବିନ୍ଧି ହେବା, ଜ୍ୱର ହେବା, ବାନ୍ତି ଲାଗିବା, ମୁଣ୍ଡ ବିନ୍ଧିବା ଆଦି କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ମାତ୍ର ଏହାକୁ ନେଇ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଥିବା ବି-ଲିମ୍ଫୋସାଇଟ୍‌ କରୋନା ଭୁତାଣୁ ବିରୋଧରେ ଶରୀରରେ ଶକ୍ତିଶାଳୀ ଆଣ୍ଟିବଡ଼ି ପ୍ରସ୍ତୁତ କରିଥାଏ। ଅପରପକ୍ଷରେ ଟି-ଲିମ୍ଫୋସାଇଟ୍‌ କରୋନା ଭୁତାଣୁ ସହିତ କିଭଳି ଲଢ଼େଇ କରିହେବ ତାହା ମନେ ରଖିଥାଏ। ଫଳରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଯଦି ବା କରୋନା ଭୁତାଣୁ ଆକ୍ରାନ୍ତ କରେ ତେବେ ତାହା ବିରୋଧରେ ଆଣ୍ଟିବଡ଼ି ପ୍ରସ୍ତୁତ କରିବା କାମ ସହଜ ହୋଇପାରିଥାଏ।

ବିଭିନ୍ନ ଲୋକଙ୍କ ପ୍ରତିରୋଧ ଶକ୍ତି ଭିନ୍ନ ଭିନ୍ନ ହୋଇଥିବାରୁ ଆଣ୍ଟିବଡ଼ି ପ୍ରସ୍ତୁତି ଏବଂ କରୋନା ଭୁତାଣୁ ବିରୋଧରେ ଲଢ଼େଇରେ ତୁଳନାତ୍ମକ ଭାବେ କେତେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ମାତ୍ର ଏହା ଏକ ସାଧାରଣ ପ୍ରକ୍ରିୟା। ତେଣୁ କରୋନା ଟିକା ନେବା ଦ୍ୱାରା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.