banner
Breaking

ଭାରତକୁ ପୁଣି ଫେରିବ ଟକଟକ୍।

0

ନୂଆଦିଲ୍ଲୀ,୪।୯: ଭାରତରେ ଟିକ୍‌ଟକ୍‌ ପୁଣି ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକ୍‌ଟକ୍‌ର ଭାରତୀୟ ଆସେଟ୍‌କୁ ଜାପାନ କମ୍ପାନୀ ସଫ୍ଟବ୍ୟାଙ୍କ କିଣିବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ସଫ୍ଟବ୍ୟାଙ୍କ ଏଥିପାଇଁ ଭାରତୀୟ ଅଂଶୀଦାରକୁ ଖୋଜୁଛି। ଗତ ମାସେ ମଧ୍ୟରେ ସଫ୍ଟବ୍ୟାକ ରିଲାଏନ୍ସର ଜିଓ ଇନଫୋକମ ଲିମିଟେଡ ଏବଂ ଭାରତ ଏୟାରଟେଲ ଲିମିଟେଡର ମୁଖ୍ୟଙ୍କ ସହ ମଧ୍ୟ କଥା ହୋଇଛି। ସୂଚନାଯୋଗ୍ୟ, ଜୁଲାଇରେ ଜାତୀୟ ସୁରକ୍ଷା ଯୋଗୁ ଭାରତ ସମେତ ଅନେକ ଦେଶ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସଫ୍ଟବ୍ୟାଙ୍କ, ବାଇଟ ଡାନ୍ସ, ରିଲାଏନ୍ସ ଏବଂ ଭାରତ ଏୟାରଟେଲ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.