banner
Breaking

ଓମେଗା ସେକି ମୋବିଲିଟି ଓଡ଼ିଶାରେ ପ୍ରଥମ ଫାଷ୍ଟ ଊର୍ଜି ଇଲେକ୍ଟ୍ରି ଥ୍ରୀ ହୁଇଲର ଲଞ୍ଚ କରିଛି

0

ଭୁବନେଶ୍ଵର, ୨୪.୭ : ଓଡ଼ିଶାରେ ଓମେଗା ସେକି ମୋବିଲିଟି ପକ୍ଷରୁ ପ୍ରଥମ ଫାଷ୍ଟ ଉର୍ଜି ଥ୍ରୀ ହୁଇଲର ସୋରୁମ୍ ଭୁବନେଶ୍ଵର ମଞ୍ଚେଶ୍ଵରସ୍ଥିତ
ଇଷ୍ଟଣ୍ଟ ସ୍କାଏ ଭେଞ୍ଚରକୁ ପ୍ରଦାନ କରିଛି । ଦୁଇଟି ଭାରିଏଣ୍ଟର ଇଲେକ୍ଟ୍ରି ଥ୍ରୀ ହୁଇଲର ଇବି ଲଞ୍ଚ କରିଛି । ପ୍ରଥମଟି ରେଜ+ ରାପିଡ଼ି ଓପନ କ୍ୟାରିୟର ହାଫ ଟ୍ରେ ଯାହାର ମୂଲ୍ୟ ଏକ୍ସ ସୋରୁମ ମୂଲ୍ୟ ୩.୫୯ ଲକ୍ଷ ଓ ଅନ୍ୟଟି ରେଜ+ ରାପିଡ଼ି ଇଭି ଟପ୍ ବଡ଼ି କଣ୍ଟେନର ଏକ୍ସ ସୋରୁମ
ମୂଲ୍ୟ ୩.୯୯ ଲକ୍ଷ । ଏହି ସୋରୁମଟି କମ୍ପାନୀର ଫାଉଣ୍ଡର ଏବଂ ଚେୟାରମ୍ୟାନ ଶ୍ରୀଯୁକ୍ତ ଉଦୟ ନାରଙ୍ଗଙ୍କ ଦ୍ବାରା ଉଦ୍‌ଘାଟନ କରାଯାଇଛି । ସେ କହିଛନ୍ତି ଓମେଗା ସେକି ମୋବିଲିଟି
ହେଉଛି ଏକ କାର୍ଗୋ ଇଭିର ଗାଡ଼ି । ମୁଁ ଜୋର ଦେଇ କହିପାରିବି ମୋ କଷ୍ଟମରମାନେ ଏହି କାର୍ଗୋ ଗାଡ଼ି ଦ୍ଵାରା ବହୁତ ଲାଭବାନ ହେବେ । ଶ୍ରୀ ନାରଙ୍ଗ କହିଛନ୍ତି କମ୍ପାନୀ ୨୦୨୫ ସୁଦ୍ଧା ଏହି କାର୍ଗୋ ଗାଡ଼ି ସାରା ଭାରତରେ ଆଧିପତ୍ୟ ବିସ୍ତାର କରିବ । ଆମେ କଷ୍ଟମରଙ୍କ ଲୋନ
ସୁବିଧା ପାଇଁ ବହୁତ ଗୁଡ଼ିଏ ବ୍ୟାଙ୍କ ସହିତ ସହ ବନ୍ଧିତ ହୋଇଛୁ । ଗ୍ରାହକମାନେ କମ୍ ସୁଧରେ ଗାଡ଼ିକୁ ଫାଇନାନ୍ସ କରିପାରିବେ । ଏହି କାର୍ଯ୍ୟକ୍ରମରେ ଇଷ୍ଟଣ୍ଟ ସ୍କାଏ ଭେଞ୍ଚରସ ଫ୍ରାଞ୍ଚାଇଜ୍ ଓନର ଶ୍ରୀଯୁକ୍ତ ବିଶ୍ବଜିତ ସିଂ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.