banner
Breaking

ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ

0

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମମହୋତ୍ସବ ଓ ସ୍ଥାନୀୟ ସତ୍ସଙ୍ଗ ବିହାରର ଅଷ୍ଟବିଂଶତମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମମହୋତ୍ସବ ଓ ସ୍ଥାନୀୟ ସତ୍ସଙ୍ଗ ବିହାରର ଅଷ୍ଟବିଂଶତମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।
ସତସଙ୍ଗ ବିହାର ଠାରେ ପ୍ରାତଃ କାଳରୁ ବେଦ ମାଙ୍ଗଳିକ, ବିନତୀ ପ୍ରାର୍ଥନା, ସତ୍ଗ୍ରନ୍ଥ ପାଠ କରାଯାଇଥିଲା। ପୂର୍ବାହ୍ନରେ ଏକ ସୁସଜ୍ଜିତ ରଥରେ ଠାକୁରଙ୍କର ବିଗ୍ରହ ରଖାଯାଇ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରିଥିଲା। ସହିଦ ନଗର ଦୁର୍ଗାପୂଜା ପଡିଆରେ ଆୟୋଜିତ ଉତ୍ସବସ୍ଥଳ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଏହା ପରେ ପ୍ରଫେସର ହୃଷିକେଶ ସେନାପତିଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସତ୍ସଙ୍ଗର ସହ ସମ୍ପାଦକ ନୃସିଂହ ଚରଣ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତି ଋତିକ ପ୍ରତାପ ଚନ୍ଦ୍ର ଦାସ, ଅଭୟ କୁମାର ପରିଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭାଜପା ଉପସଭାପତି ଭୃଗୁ ବକ୍ସିପାତ୍ର, କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ସମେତ କୃପାନିଧି ବିଶ୍ୱାଳ, ଜନାର୍ଦ୍ଦନ ବନ୍ଦୋପାଧ୍ୟାୟ, ତର୍ପଣ ସମ୍ପାଦକ ଧ୍ରୁତିକାମ ମହାନ୍ତି, ଦୋଳଗୋବିନ୍ଦ ପଣ୍ଡା, ଡା. ରବିନ୍ଦ୍ରନାଥ ଆଚାର୍ଯ୍ୟ, ଈଶ୍ୱରଚନ୍ଦ୍ର ଶତପଥୀ, ବୀରଭଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ ଉପଲକ୍ଷେ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ନିର୍ଦ୍ଦେଶରେ ଶ୍ରୀଶ୍ରୀଠାକୁରଙ୍କ ଉତ୍କଳ ଆଗମନ ଶତବାର୍ଷିକ ପୂର୍ତ୍ତିର ସ୍ବତନ୍ତ୍ର ସଂଖ୍ୟା ଭାବେ ପ୍ରସ୍ତୁତ ସ୍ମରଣିକା ‘ତର୍ପଣ’ ଉନ୍ମୋଚିତ ହୋଇଥିଲା। ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଏକ ଚିକିତ୍ସକ ସମ୍ମିଳନୀ, ଚିକିତ୍ସା ଶିବିର, ଡିପିୱାର୍କସ ଅନୁଷ୍ଠିତ ହୋଇଥିଲା। ଏହି ଭକ୍ତିମୟ ସମାରୋହରେ ହଜାର ହଜାର ଶିଷ୍ୟ, ଅନୁରାଗୀ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.