banner
Breaking

ରାଜ୍ୟରେ ୧୧,୪୦୩ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

0

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲଗୁଡ଼ିକରେ ଖୁବ୍‌ଶୀଘ୍ର ୧୧ ହଜାର ୪୦୩ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଥିଲାଗି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ ୬,୧୩୧ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଏକକାଳୀନ ନିଯୁକ୍ତି ଦିଆଯାଇଥିଲା। ସୂଚନାଯୋଗ୍ୟ, ଶିକ୍ଷକ ପଦବୀ ପୂରଣ ଲାଗି ନିଯୁକ୍ତି ନିୟମାବଳିରେ ସଂଶୋଧନ କରାଯାଇଛି। ବର୍ଦ୍ଧିତ ଛାତ୍ରୀଛାତ୍ର ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ ଶିକ୍ଷକ ପଦବୀ ମଞ୍ଜୁର କରାଯାଇଛି। ଖାଲିପଦବୀ ଏବଂ ନୂତନ ମଞ୍ଜୁରୀପ୍ରାପ୍ତ ପଦବୀକୁ ମିଶାଇ ମୋଟ୍‌ ୧୧ ହଜାର ୪୦୩ ଶିକ୍ଷକ ନିଯୁକ୍ତି ଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ୍‌ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.