banner
Breaking

ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବା ପାଇଁ ଟାଟା ମୋଟର୍ସ ଲଂଚ କରିଛନ୍ତି ‘ଗ୍ରାହକ ସମ୍ବାଦ ୨୦୨୦’

ଏହାର ବାଣିଜ୍ୟକ ଯାନ ମାଲିକ ମାନଙ୍କ ପାଇଁ ବିଭିନ୍ନ ରାଷ୍ଟ୍ର ବ୍ୟାପି ଗ୍ରାହକ ନିୟୋଜିତ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି

0

ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବାକୁ ଏବଂ ବିଶ୍ୱ ସ୍ତରୀୟ ଉତ୍ପାଦ ଅଫର କାରିବା ପାଇଁ ଏହାର ପ୍ରତିବଦ୍ଧତାକୁ ମଜଭୁତ କରି ଟାଟା ମୋଟର୍ସ ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା କାରି ୨୩ ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକ ସମ୍ବାଦ ୨୦୨୦ ଘୋଷଣା କରିଛନ୍ତି । ୧ ନଭେମ୍ବରରୁ ୩୦ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକ ସେବା ମହୋତ୍ସବ, ଏକ ରଷ୍ଟ୍ର ବ୍ୟାପି ସେବା ଅଭିଯାନ ମଧ୍ୟ ଟାଟା ମୋଟର୍ସ ଆରମ୍ଭ କରିବେ ଏବଂ ୨୩ ଅକ୍ଟୋବର ୨୦୨୦ରେ ରାଷ୍ଟ୍ରୀୟ ଗ୍ରାହକ ଯତ୍ନ ଦିବସ ପାଳନ କରୁଛନ୍ତି । ଗ୍ରାହକ ଏବଂ ଚାନେଲ ଭାଗୀଦାରୀମାନଙ୍କ ମଧ୍ୟରେ ଲୋକପ୍ରିୟ ଥିବା ଏହି ପ୍ରାରମ୍ଭ ଗୁଡିକରେ ଗ୍ରାହକ ପ୍ରତିକ୍ରିୟା ଅଧିବେଶନ, ଚାନେଲ ଭାଗୀଦାରୀମାନଙ୍କ ପ୍ରଶସ୍ତି ଗାନ ଏବଂ ସମସ୍ତ ଟାଟା ମୋଟର୍ସ ବାଣିଜ୍ୟକ ଯାନର ରାଷ୍ଟ୍ର ବ୍ୟାପି ଚେକ-ଆପ ଶିବିର ଆଦି ଅନ୍ତର୍ଭୁକ୍ତ ହୋଇଥାଏ । ବିଗତ ବର୍ଷ ଗୁଡିକରେ ହଜାରେ ସଂଖ୍ୟାରେ ଗ୍ରାହକ ପ୍ରତିଦିନ ଏହି କାର୍ଯ୍ୟକ୍ରମ ପରିଦର୍ଶନ କରି ଲାଭାନ୍ୱିତ ହେଉଥିବାର ସାକ୍ଷୀ ଟାଟା ମୋଟର୍ସ ରହିଛି ।
ଏହି ବର୍ଷ ଏହାର ବାଣିଜ୍ୟକ ଯାନ ଗ୍ରାହକମାନଙ୍କୁ ଏହି ମହାମାରୀ ବେଳେ ଏକ ହଇରାଣ-ମୁକ୍ତ ସେବା ଅନୁଭୁତି ଟାଟା ମୋଟର୍ସ ଧ୍ୟାନ କେନ୍ଦ୍ରିତ କରୁଛି । ଗ୍ରାହକ ଏବଂ ଫ୍ଲିଟ ସଂଚାଳମାନଙ୍କ ସହିତ ନିୟୋଜିତ ହେବା ପାଇଁ କମ୍ପାନୀ ତାର ସର୍ବୋତମ ସକ୍ଷମତା ସହିତ ସେମାନଙ୍କୁ ଶ୍ରେଣୀରେ ସର୍ବୋତମ ସେବା ଅନୁଭୁତି ପ୍ରଦାନ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି ।
ଗ୍ରାହକ ସମ୍ବାଦ ୨୩ ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଅନୁସୂଚିତ ହୋଇଥିବା ଅଭିଯାନ ଏକ ଗ୍ରାହକ ନିୟୋଜିତ କାର୍ଯ୍ୟକ୍ରମ ଅଟେ । ଏହାର ଏଏମସି ପ୍ୟାକେଜ ଅପଟାଇମ ଗ୍ୟାରେଂଟି ଏବଂ ଟିଏଟି ଗ୍ୟାରେଂଟି (ବଦଳେଇବା ସମୟ) ସହିତ ଅପଗ୍ରେଡ ହୋଇଥିବା ବିଏସ୬ ରେଂଜର ଯାନର ନବୀନତମ ଲଂଚ ଆଦି ୨୦୨୦ରେ ଲଂଚ ହୋଇଥିବା କମ୍ପାନୀର ଅଭିନବ ଉତ୍ପାଦ ବିଷୟରେ ଏହି କାର୍ଯ୍ୟକ୍ରମ ଗ୍ରାହକମାନଙ୍କୁ ଶିକ୍ଷା ଦେଇଥାଏ । ଏହାର ଗ୍ରାହକମାନଙ୍କ ଠାରୁ ପ୍ରତିକ୍ରିୟା ସଂଗ୍ରହ କରିବା ଏବଂ କମ୍ପାନୀ ଠାରୁ ସେମାନଙ୍କର ଆଶା ବୁଝିବା ପାଇଁ ମଧ୍ୟ ଟାଟା ମୋଟର୍ସ ଏହି ପ୍ଲାଟଫର୍ମକୁ ବ୍ୟବହାର କରିଥାଏ । ଉତ୍ପାଦ ଉନ୍ନତ କରିବା ଏବଂ ବୃହତର ଫ୍ଲିଟ ଉପଯୋଗ ପାଇଁ ଗ୍ରାହକମାନଙ୍କୁ ଅଫର କରାଯାଇଥିବା ସମାଧାନ ପାଇଁ ମୁଲ୍ୟବାନ ଗ୍ରାହକ ପ୍ରତିକ୍ରୟା ପରେ ବ୍ୟବହାର କରାଯାଇଥାଏ । ସମାନ ଦିନରେ ୧୯୫୪ ରେ ଏହାର ଜାମସେଦପୁର ପ୍ଲାଂଟରୁ ଟାଟା ମୋଟର୍ସ ଆରମ୍ଭ ହୋଇଥିବା ୧ମ ଟ୍ରକର ସ୍ମରଣିକା ପାଳନ କରିବା ପାଇଁ ୨୩ ଅକ୍ଟୋବରରେ ଟାଟା ମୋଟର୍ସ ରାଷ୍ଟ୍ରୀୟ ଗ୍ରାହକ ଯତ୍ନ ଦିବସ ପାଳନ କରିଥାଏ । ଟାଟା ମୋଟର୍ସ ର ସଫଳତାରେ ସହେଯାଗୀ ଚାନେଲ ଭାଗୀଦାର, କର୍ମଚାରୀ ଏବଂ ଗ୍ରାହକମାନଙ୍କର ଲମ୍ବା ସଂଗତି ଏବଂ ଯୋଗଦାନ ପାଇଁ କମ୍ପାନୀ ଦ୍ୱାରା ସମ୍ବର୍ଦ୍ଧିତ ଓ ମାନ୍ୟ ହୋଇଛନ୍ତି । ଭାରତରେ ଏହାର ବାଣିଜ୍ୟକ ଯାନ ମାଲିକ ମାନଙ୍କ ପାଇଁ ୫୦୦+ରୁ ଅଧିକ ଡିଲର ଏବଂ ଟାଟା ପ୍ରାଧିକୃତ ସେବା ଷ୍ଟେସନରେ ୧ ନଭେମ୍ବରରୁ ୩୦ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଅନୁସୁଚିତ ହୋଇଥିବା ଗ୍ରାହକ ସେବା ମହୋତ୍ସବ ଏକ ସେବା ଶିବିର ଅଟେ । ସେବା ଶିବିର ଟାଟା ମୋଟର୍ସ ଗ୍ରାହକମାନଙ୍କୁ ବ୍ୟାପକ ଯାନ ଚେକ-ଅପ ପ୍ରଦାନ କରିବ । ୨୦୧୯ରେ ଗ୍ରାହକ ସେବା ମହୋତ୍ସବରେ ୧,୬୦,୦୦୦ରୁ ଅଧିକ ଗ୍ରାହକ ଶିବିର ପରିଦର୍ଶନ କରି ଜବରଦସ୍ତ ପ୍ରତିକ୍ରୟା ଦେଇଥିଲେ ।
ଏହି ଅବସରରେ ଟିପ୍ପଣୀ କରିବାକୁ ଯାଇ ମିଷ୍ଟର ଆର ରାମକୃଷ୍ଣନ, ବୈଶିକ ମୁଖ୍ୟ-ଗ୍ରାହକ ଯତ୍ନ, ବାଣିଜ୍ୟକ ଯାନ ବ୍ୟବସାୟ ୟୁନିଟ, ଟାଟା ମୋଟର୍ସ କହିଲେ, “କୋଭିଡ-୧୯ ମହାମାରୀ ପରେ ଦେଶର ଯୋଗାଣ ଶୃଙ୍ଖଳାର ସଂରକ୍ଷଣ ଭାବେ ଭାରତୀୟ ଟ୍ରାକିଙ୍ଗ ଉଦ୍ୟୋଗ ଉଭା ହୋଇଛି । ବାଣିଜ୍ୟକ ଯାନର ଏକ ବଜାର ନେତା ଭାବେ ପୁରା ମାହାମାରୀ ସମୟରେ ଅନେକ ପ୍ରାରମ୍ଭ ମାଧ୍ୟମରେ ସମ୍ପୁର୍ଣ୍ଣ ଟ୍ରାକିଙ୍ଗ ଗୋଷ୍ଠୀର କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଟାଟା ମୋଟର୍ସ ଦାୟୀତ୍ୱ ନେଇଥିଲେ । ଏହି ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ପରିବର୍ତିତ ସମୟ ଏବଂ ଗ୍ରାହକମାନଙ୍କର ତ୍ୱରିତ-ରୁପାନ୍ତରିତ ଦାବି ପରିପୁରଣ କରିବା ପାଇଁ ଗ୍ରାହକ ଡାଇଲଗ କାର୍ଯ୍ୟକ୍ରମର ଏହି ସଂରକ୍ଷଣ ଓ ସେବା ଶିବିର ସେଟ କରାଯାଇଛି । ଏକ ଗ୍ରାହକ-କୈନ୍ଦ୍ରିକ କମ୍ପାନୀ ଭାବରେ ଗ୍ରାହକମାନଙ୍କର ଆବଶ୍ୟକତା ଶୁଣିବାରେ ଏବଂ ସର୍ବୋତମ ସମାଧାନ ପ୍ରଦାନ କରିବାରେ ଆମେ ସର୍ବଦା ଆଗରେ ରହୁ । ବିଗତ ବର୍ଷ ଗୁଡିକରେ ଗ୍ରାହକ ସମ୍ବାଦର ସଫଳତା କେବଳ ଆମେ ମାଲିକ ଏବଂ ଡ୍ରାଇଭରମାନଙ୍କୁ ସର୍ବୋତମ ଗ୍ରାହକ ସେବା, ସନ୍ତୁଷ୍ଟି ଓ ସ୍ୱାଧିନତା ପ୍ରଦାନ କରୁଛୁ ବୋଲି ସୁନିଶ୍ଚିତ କରିନଥାଏ ମାତ୍ର ବଜାର ପାଇଁ ବିଶ୍ୱ-ସ୍ତରୀୟ ଉତ୍ପାଦ ମଧ୍ୟ ବିକାଶ କରିଥାଉ । ଏକ ଅଦ୍ୱିତୀୟ ଗ୍ରାହକ ଅନୁଭୁତି ଏବଂ ସୁବିଧା ପ୍ରଦାନ କରିବା ପାଇଁ ସମ୍ପୁର୍ଣ୍ଣ ସେବା ୨.୦ ଆମର ପ୍ରୟାସ ସମ୍ପ୍ରସାରିତ କରିଛି ।”
ବାଣିଜ୍ୟକ ଯାନ ଗ୍ରାହକମାନଙ୍କୁ “ମାନସିକ ଶାନ୍ତି” ପ୍ରଦାନ କରୁଥିବା ସମ୍ପୁର୍ଣ୍ଣ ସେବା ୨.୦ (କ) ଦେଶରେ ଯେ କୌଣସି ସ୍ଥାନରେ (ଅସୁବିଧାଜନକ ଅଂଚଳ ଛାଡି) ସୁନିଶ୍ଚିତ ପହଂଚ ସହିତ ବ୍ରେକଡାଉନ ସହାୟତା, (ଖ)ୱାରେଂଟି ଅବଧିରେ ସେବା ଏବଂ ମରାମତି ପାଇଁ ପ୍ରଧିକୃତ ୱାର୍କସପରେ ଗେରେଂଟି ଯୁକ୍ତ ବଦଳାଇବା ସମୟ (ଗ) ଏକ ସୁନିଶ୍ଚିତ ସମୟାବଧିରେ ଧକ୍କା ହୋଇଥିବା ଯାନର ପୁର୍ନରୁଦ୍ଧାର (ଘ) ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି (ଙ) ଲମ୍ବା ୱାରେଂଟି ଅବଧି (ଚ) ବାସ୍ତବ ସ୍ପେୟାର ପାର୍ଟ୍ସ (ଛ) ପୁନଃନିର୍ମିତ ଇଞ୍ଜିନ, କ୍ଲଚ ଆଦି ।

Khansweb Solution Bhubaneswar

Leave A Reply

Your email address will not be published.