banner
Breaking

ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାୱାର ସ୍ମାର୍ଟ ସେଟ୍‌-ଅପ୍ ବକ୍ସ ସହାୟତାରେ ସୁଦୃଢ଼ କରାଇଲା।

0

ଭୁବନେଶ୍ୱର,୧୦/୭(ଓଡ଼ିଆ ନ୍ୟୁଜ): ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ପକ୍ଷରୁ ଏହାର ଗ୍ରାହକଙ୍କୁ ନବୀକରଣ ଅଭିଜ୍ଞତା ଦେବା ପାଇଁ ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାୱାର ସ୍ମାର୍ଟ ସେଟ୍‌-ଅପ୍ ବକ୍ସ ସହାୟତାରେ ସୁଦୃଢ଼ କରାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ୧୨୫,୦୦୦ରୁ ଅଧିକ ଘଂଟାର ଓଟିଟି କଂଟେଟ୍ ଇଂଲିଶ୍‌, ହିନ୍ଦୀ, ବେଙ୍ଗଲୀ, ମାଲାୟଲମ୍‌, ତାମିଲ୍‌, ତେଲୁଗୁ, କନ୍ନଡ଼, ମାରାଠୀ, ଓଡ଼ିଆ, ଭୋଜପୁରୀ, ଗୁଜରାଟୀ ଏବଂ ପଞ୍ଜାବୀ ଆଦି ୧୨ଟି ଭାଷାରେ ଉପଲବ୍ଧ ହୋଇପାରିବ । ଏହା ୩,୯୯୯ଟଙ୍କାର ନୂଆ ଟାଟା ସ୍କାଏ ବିଙ୍ଗ୍‌ପ୍ଲସ୍ କନେକଶନ୍ ସହାୟତାରେ ଉପଲବ୍ଧ ହେବ । ଗ୍ରାହକ ଏହା ମଧ୍ୟରେ ୬ ମାସର ମାଗଣା ପ୍ରିମିୟମ୍ ଓଟିଟି କଂଟେଟ୍ ପାଇପାରିବେ । ଏଥିରେ ଡିଜନି ପ୍ଲସ୍ ହଟ୍‌ଷ୍ଟାର ପ୍ରିମିୟମ୍‌, ସନ୍‌ନେକଷ୍ଟ୍‌, ହଙ୍ଗାମା ପ୍ଲେ, ଇରୋସ୍ ନାଓ, ଶେମାରୋମି ଏବଂ ଏବେ ଜି-୫ ଆଦି ଉପଲବ୍ଧ ହେଉଛି । ଏହା ସହିତ ୩ ମାସର ଆମାଜନ ପ୍ରାଇମ୍ ଭିଡ଼ିଓ ମଧ୍ୟ ଗ୍ରାହକ ପାଇପାରିବେ ।

ଏସମ୍ପର୍କରେ ଟାଟା ସ୍କାଏ ପ୍ରବକ୍ତା କହିଲେ, ଓଟିଟି ଆପ୍ ଏବେ ଲୋକପ୍ରିୟତା ହାସଲ କରିଚାଲିଛି । ଗ୍ରାହକ ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ସେଟ୍‌-ଅପ୍ ବକ୍ସ୍ ଦ୍ୱାରା ଏହା ଉପଲବ୍ଧ କରିପାରିବେ । ଏହା ସହିତ ଆମେ ଜି-୫ର ଅତୁଳନୀୟ କଂଟେଟ୍ ଲାଇବ୍ରେରୀ ମଧ୍ୟ ଉପଲବ୍ଧ କରାଉଛୁ । ଏହା ଗ୍ରାହକଙ୍କ ଭିୟୁୱିଙ୍ଗ୍ ଅଭିଜ୍ଞତା ବୃଦ୍ଧି କରିବାରେ ସହାୟକ ହୋଇପାରିବ ।

ଏସମ୍ପର୍କରେ ଜି-୫ ପ୍ରବକ୍ତା କହିଲେ,ଜି-୫ କଂଟେଟ୍ ଯୋଗାଣ ଜାରି ରଖିଛି । ଟାଟା ସ୍କାଏ ସହିତ ମିଳିତ ହୋଇ ଆମେ ଜି-୫ର ବିସ୍ତୃତ ବର୍ଗର କଂଟେଟ୍ ଗ୍ରାହକଙ୍କୁ ଯୋଗାଇ ଦେବୁ । ଏହା ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ସ୍ମାର୍ଟ ସେଟ୍‌-ଅପ୍ ବକ୍ସ୍ ଦ୍ୱାରା ଉପଲବ୍ଧ ହୋଇପାରିବ । ଏହା ଦ୍ୱାରା ୟୁଜର ଯେକୌଣସି ଶୋ’, ମୁଭି, ମ୍ୟୁଜିକ୍‌, ଗେମ୍ ସେମାନଙ୍କର ଲ୍ୟାପ୍‌ଟପ୍‌, ଟ୍ୟାବଲେଟ୍ କିମ୍ବା ମୋବାଇଲ୍ ଫୋନ୍ ମାଧ୍ୟମରେ ପାଇପାରିବେ । ଏହା ସହିତ ଏହାକୁ ଟିଭିରେ ଇନ୍‌-ବିଲ୍ଟ୍ କ୍ରୋମୋକାଷ୍ଟ୍ ଦ୍ୱାରା ପାଇପାରିବେ । ଏଥିରେ ଗୁଗୁଲ ଆସିଷ୍ଟାଂଟ୍‌କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଗୁଗୁଲ ପ୍ଲେ ଷ୍ଟୋରରୁ ଗ୍ରାହକ ୫୦୦୦ରୁ ଅଧିକ କଂଟେଟ୍ ପାଇପାରିବେ । ଏହା ୪କେ, ଏଚଡି ଏଲଇଡି, ଏଲ୍‌ସିଡି, ପ୍ଲାଜମା ଜ୍ଞାନକୌଶଳରେ ନିର୍ମିତ ଏଚ୍‌ଡିଏମ୍‌ଆଇ ଆଉଟ୍‌ପୁଟ୍ ସହିତ କମ୍ପାକ୍ଟବୁଲ୍ ।

ଟାଟା ସ୍କାଏ ବିଙ୍ଗ୍‌୍ ପ୍ଲସ୍‌ରେ ୬ମାସର ଟାଟା ସ୍କାଏ ବିଙ୍ଗ୍ ସବ୍‌ସ୍କ୍ରିପଶନ୍ ମିଳିପାରିବ । ଗ୍ରାହକ ପ୍ରିମିୟମ୍ ପାର୍ଟନର ଆପ୍ ଏସ୍‌ଟିବିରେ ପାଇପାରିବେ । ଏହାସହିତ ୭ ଦିନର ମିସଡ୍ ଶୋ’ ଏବଂ ୩ ମାସର ଆମାଜନ୍ ପ୍ରାଇମ୍ ସବ୍‌ସ୍କ୍ରିପଶନ୍ ୩,୯୯୯ଟଙ୍କାର ଅଫରରେ ପାଇପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.