banner
Breaking

ନୂଆ ଜାଗୁଆର ଏଫ୍‌-ପେସ୍ ପାଇଁ ବୁକିଂ ଆରମ୍ଭ

0

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଭାରତ ବଜାରରେ ଏହାର ନୂଆ ବିଳାସପୂର୍ଣ୍ଣ ଯାନ ଏଫ୍‌-ପେସ୍‌ର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଯାନରେ ନୂତନ ବାହ୍ୟ ଡିଜାଇନିଂ, ଅଲ୍ ନିୟୁ ଇଂଟରିୟର, ଲାଟେଷ୍ଟ୍ ଜେନେରେଶନ୍ ପିଭି ପ୍ରୋ ଇନଫୋଟେନ୍‌ମେଂଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇନ୍‌-ଲାଇନ୍‌-୪-ସିଲିଣ୍ଡର ରହିଛି । ଏଥିରେ ନେକ୍ସଟ୍ ଜେନେରେଶନ ୨.୦ ଲିଟର ୪-ସିଲିଣ୍ଡର, ଟ୍ରୁବୋଚାର୍ଜଡ୍ ଇନଞ୍ଜେନିୟମ୍ ଡିଜେଲ ଇଞ୍ଜିନ୍ ରହିଛି । ଏହା ସହିତ ଅନ୍ୟ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରି କହିଲେ, “ଜାଗୁଆର ଏଫ୍‌-ପେସ୍ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହାର ଡିଜାଇନିଂ ବୋ୍ ଆକର୍ଷଣୀୟ । ଏହି ବିଳାସପୂର୍ଣ୍ଣ ଯାନ ଭାରତୀୟ ଗ୍ରାହକଙ୍କୁ ନୂତନ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ ।

Khansweb Solution Bhubaneswar

Leave A Reply

Your email address will not be published.