banner
Breaking

ଦୀପାବଳି ପାଇଁ ତନିସ୍କର ଆକର୍ଷଣୀୟ ଅଫର। ସୁନା ଗହଣା ଗଢା ମୂଲ୍ୟ ଓ ହୀରା ଗହଣା ଉପରେ ୨୫% ରିହାତି।

0

ଭୁବନେଶ୍ବର,୧୬ ।୯(ଓଡ଼ିଆ ନ୍ୟୁଜ): ଚଳିତବର୍ଷ ଦୀପାବଳି ପାଇଁ ତନିସ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି । ଗ୍ରାହକମାନେ ସୁନା ଗହଣା ଗଢା ମୂଲ୍ୟରେ ପଚିଶ ପ୍ରତିଶତ ଓ ହୀରା ଗହଣା ମୂଲ୍ୟ ଉପରେ ପଚିଶ ପ୍ରତିଶତ ରିହାତି ପାଇପାରିବେ ।

ଦୀପାବଳିକୁ ଦୃଷ୍ଟିରେ ରଖି ତନିସ୍କ ଭିରାସତ୍ କଲେକ୍ସନ୍ ସୁନା,ଗ୍ଲାସ୍,କୁନ୍ଦନ ଓ ଦୋଲକି କୁନ୍ଦନ ଭଳି ଅତିସୁନ୍ଦର ଡିଜାଇନ୍ ଗହଣା ଗୁଡିକ ସ୍ଥାନିତ କରିଛି । ଏହି ଅଫର ତନିସ୍କର ସବୁ ଷ୍ଟୋରରେ ଚଳିତ ମାସ ୧୮ ତାରିଖରୁ ଅକ୍ଟୋବର ୨୬ ଯାଏଁ ରିହାତି ପାଇପାରିବେ । ଏହି ଅବସରରେ ଟାଇଟନ୍ କମ୍ପାନି ଲିମିଟେଡର ଗହଣା ଡିଭିଜନର ସହ ଉପ ସଭାପତି(ମାର୍କେଟିଂ) ଦିପିକା ତିୱାରି କହିଛନ୍ତି ନୂଆ ଭିରାସତ୍ କଲେକ୍ସନ୍ର ପ୍ରତ୍ୟେକଟି ଅଳଙ୍କାରକୁ ଅତି ନିଖୁଣଭାବେ ଗଢାଯାଇ ଆକର୍ଷଣୀୟ କରାଯାଇଛି । ଉଦୟପୁରର ସ୍ଥାପତ୍ୟ,ଚିତ୍ରକଳା,ରଙ୍ଗିନ କାଚ, ମୋଜାଇକ୍, ହ୍ରଦ,କିଷ୍ଟ୍ରାଲ ଗ୍ୟାଲେରୀ ଓ ମହମବତୀର ଆଧାର ଆଦି ଏଥିରେ ଅର୍ନ୍ତଭୁକ୍ତ ଅଛି । ଏହି ମନଲୋଭା ଅଫର ଜରିଆରେ ଚଳିତ ଦୀପାବଳିରେ ଗ୍ରାହକ ଘରକୁ ସମୃଦ୍ଧି ଆଣିପାରିବେ ବୋଲି ସୋ ରୁମ୍ ପକ୍ଷରୁ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.