banner
Breaking

ତନିଷ୍କର ପୂଜା କଲେକ୍ସନ ‘ସାଜ୍’ – ଆକର୍ଷଣୀୟ ଅଫର ସହ ଅତ୍ୟାଧୁନିକ ପୂଜା ସମ୍ଭାର

0

ଭୁବନେଶ୍ୱର,୪୧୦(ଓଡ଼ିଆ ନ୍ୟୁଜ): ପୂଜା କେବଳ ଏକ ପର୍ବ ନୁହେଁ, ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଏହା ଏକ
ଆବେଗ । ପାର୍ବଣର ଉତ୍ସାହ ପାଖେଇ ଆସୁଥିବାବେଳେ ଦେଶର ସର୍ବବୃହତ୍ ଏବଂ ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ ତନିଷ୍କ ଏହାର ଏକ୍ସକ୍ଲୁସିଭ ପୂଜା କଲେକ୍ସନ ‘ସାଜ’ର ଉନ୍ମୋଚନ କରିଛି ।
ଆଜିର ଦୁର୍ଗା ତଥା ଭୁବନେଶ୍ଵରର ମହିଳାମାନଙ୍କ ପୂଜା ସେଲିବ୍ରେସନରେ ଚାରଚାନ୍ଦ ଲଗାଇବା ଉଦେଶ୍ୟରେ ଏହି କଲେକ୍ସନକୁ ଅଣାଯାଇଛି ।
‘ସାଜ୍’କୁ ନିଖୁଣ ଭାବେ ଡିଜାଇନ କରାଯାଇଛି । ଗହଣାଗୁଡିକରେ ପାରମ୍ପରିକ ସହ ଅତ୍ୟାଧୁନିକ
ଏବଂ ସମସାମୟିକ ଛାପ ରହିଛି ।
ପାର୍ବଣର ମାହୋଲକୁ ଉତ୍ସବ ମୁଖର କରିବାକୁ ତନିଷ୍କ ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ଅଣାଯାଇଛି । ଗ୍ରାହକ ସୁନାର ଗଢା ମୂଲ୍ୟରେ ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ
ରିହାତି ପାଇବେ । ସୀମିତ ସମୟ ପାଇଁ ଏହି ଅଫର ଉପଲବ୍ଧ ହେବ।
‘ସାଜ୍’ ଏକ ସ୍ୱତନ୍ତ୍ର କଲେକ୍ସନ, ଯାହାକୁ ତନିଷ୍କର ମାଷ୍ଟର କାରିଗରମାନଙ୍କ ଦ୍ଵାରା ଅତ୍ୟନ୍ତ ନିଖୁଣ ଭାବେ ଡିଜାଇନ କରାଯାଇଛି । ତନିଷ୍କରେ ଥିବା ବଙ୍ଗାଳୀ ଏବଂ ଓଡ଼ିଆ କାରିଗରମାନେ ‘ସାଜ୍’ର ପ୍ରତ୍ୟେକ ପିସ୍‌କୁ ଡିଜାଇନ୍ କରିବାବେଳେ ସେମାନଙ୍କ ଶତ ପ୍ରତିଶତ ଉଦ୍ୟମ ଲଗାଇଛନ୍ତି । ହୃଦୟ ଏବଂ ଆତ୍ମାକୁ ଏକ୍ କରି ସେମାନେ ଏସବୁର ଡିଜାଇନ କରିଛନ୍ତି । କଲେକ୍ସନରେ ପଟିହାର,
ସୀତାହାର, ଚାନ୍ଦବାଲି, ଝୁମୁକା, ରାଣୀ ହାର, ବାଲା, ଚୁଡି, ଚୁଡ୍, ମନ୍ତସା, ଖଡୁ, ଶଂଖା ଏବଂ ଆହୁରି ଅନେକ କିଛି ଓଡ଼ିଆ ଗହଣା ଡିଜାଇନ୍ ରହିଛି । ସିଗନେଚର ତନିଷ୍କ ଷ୍ଟାଇଲରେ ଏସବୁକୁ ପ୍ରସ୍ତୁତ କରାଯାଇଛି ।
‘ସାଜ୍’ ମାତ୍ର ୧୦,୦୦୦ ଟଙ୍କାରୁ ଆରମ୍ଭ ଏବଂ ଓଡ଼ିଶାରେ ଥିବା ସମସ୍ତ ତନିଷ୍କ ଷ୍ଟୋରରେ ଏହା ଉପଲବ୍ଧ । ‘ଉତ୍ସବ ଆମର, ସାଜସଜା ବି ଆମର କ୍ୟାମ୍ପେନ ଜରିଆରେ ତନିଷ୍କ ଓଡ଼ିଆ ମହିଳାମାନଙ୍କୁ ନିଜ ପାଇଁ ଉପଯୁକ୍ତ ସାଜ୍’ ପସନ୍ଦ କରିବା ପାଇଁ ଅନୁରୋଧ କରିଛି । ଏଥିସହିତ ଚଳିତ ପାର୍ବଣରେ ଘରକୁ ସମୃଦ୍ଧି ଆସିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ ଟାଇଟନ କମ୍ପାନି ଲିମିଟେଡ୍‌ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ(ପୂର୍ବ) ଅମିତଧରାପ କହିଛନ୍ତି ଯେ, ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆମର ବଙ୍ଗାଳି ଓ ଓଡ଼ିଆ କରିଗରମାନେ ପୂଜା ଅବସରରେ ନିଜର ହୃଦୟ ଓ ଆତ୍ମାକୁ ଏକ୍ କରି ପ୍ରତ୍ୟେକ ଓଡ଼ିଆ ମହିଳାଙ୍କୁ ସଜାଇବା ପାଇଁ ଭଳିକି ଭଳି ଡିଜାଇନ ଆଣିଛନ୍ତି। ସାଜ କଲେକ୍ସନରେ ୧୫୦ ରୁ ଉର୍ଦ୍ଧ୍ବ ଗହଣା ପିସ୍ ରହିଛି ଯାହାକି ମହିଳାଙ୍କ ପାଇଁ ଚଳିତ ପାର୍ବଣକୁ ଉତ୍ସବ ମୁଖର କରିବ।

Khansweb Solution Bhubaneswar

Leave A Reply

Your email address will not be published.