banner
Breaking

୭୦ ଫୁଟ ତଳୁ ୬୦ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଜୀବିତ ଶିଶୁ।

0

ତାମିଲନାଡୁ,୨୮।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ,କି କରି ପାରେ ବଳବନ୍ତ। ଏହି ଉକ୍ତିଟି ବେଳେବେଳେ ସତ ପ୍ରମାଣିତ କରେ ଯାହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ତ୍ରିଚିରେ।ଘଟଣା ଅନୁସାରେ ତାମିଲନାଡୁର ତ୍ରିଚିରେ ଜଣେ ୨ ବର୍ଷର ଶିଶୁ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ। ଆଉ ୬୦ ଘଣ୍ଟା ପରେ ଅର୍ଥାତ୍‌ ରବିବାର ରତିରେ ତାଙ୍କୁ ସେଠାରୁ ଜୀବିତ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୁଜିଥ ନାମକ ଉକ୍ତ ଶିଶୁଟି ପ୍ରଥମେ ୨୬ ଫୁଟ ଗଭୀରରେ ଅଟକି ରହିଥିବା ବେଳେ ଦଉଡି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯିବା ସମୟରେ ସେ ୭୦ ଫୁଟ ତଳକୁ ଖସି ଯାଇଥିଲେ। ଏହାପରେ ଏନ୍‌ଡିଆର୍‌ଏଫ୍‌ଟିମ ଓ ଅଗ୍ନିଶମ ବାହିନିର ବହୁପରିଶ୍ରମ ପରେ ଶିଶୁଟିକୁ ଜୀବିତ ଉଦ୍ଧାର କରାଯାଇଛି। ହେଲେ ଶିଶୁଟି ବେହୋସ ହୋଇଯାଇଥିବା ବେଳେ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଶିଶୁଟି ଖେଳୁଥିବା ବେଳେ ଉକ୍ତ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.